ETV Bharat / bharat

ଡାଇମଣ୍ଡ ପ୍ରିନ୍ସେସରେ କୋରୋନା; 14କୁ ବୃଦ୍ଧି ପାଇଲା ଭାରତୀୟ ରୋଗୀ ସଂଖ୍ୟା - ଡାଇମଣ୍ଡ ପ୍ରିନ୍ସସେସ

ଡାଇମଣ୍ଡ ପ୍ରିନ୍ସେସରେ ବୃଦ୍ଧି ହୋଇଛି କୋରୋନା ଆକ୍ରାନ୍ତ ସଂଖ୍ୟା । ବର୍ତ୍ତମାନ ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ପୁଣି 2 ଭାରତୀୟଙ୍କ ନିକଟରେ କୋରୋନା ଚିହ୍ନଟ କରାଯାଇଛି ।

coronavirus on diamond-princess
ଭାରତୀୟ କୋରୋନା ରୋଗୀ ଚିହ୍ନଟ
author img

By

Published : Feb 25, 2020, 10:26 AM IST

ଟୋକିଓ: ଜାପାନ ସମୁଦ୍ର କୂଳରେ ଫସି ରହିଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ବଢିଲା ଭାରତୀୟ କୋରୋନା ରୋଗୀଙ୍କ ସଂଖ୍ୟା । ପୁଣି 2 ଭାରତୀୟ କୋରୋନା ଆକ୍ରାନ୍ତ । ବର୍ତ୍ତମାନ ଏଠାରେ ଫସି ରହିଥିବା ଭାରତୀୟ ଆକ୍ରାନ୍ତଙ୍କ ସଂଖ୍ୟା 14ରେ ପହଞ୍ଚିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଜାପାନ ସ୍ଥିତ ଭାରତୀୟ ଦୂତାବାସ। ସେପଟେ, ଜାହାଜରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ।

ଟ୍ବିଟର ମାଧ୍ୟମରେ ଭାରତୀୟ ଦୂତାବାସ ଏହି ସୂଚନା ଦେଇଥିବାବେଳେ, ଆଗକୁ ଆଉ କେହି ଏଥିରେ ସଂକ୍ରମିତ ହେବେ ନାହିଁ ବୋଲି ମଧ୍ୟ ଅନ୍ୟ ଏକ ଟ୍ବିଟ କରି କହିଛି । ଏଠାରେ ମୋଟ 138 ଜଣ ଭାରତୀୟ ଫସି ରହିଥିବାବେଳେ, 132ଜଣ କ୍ରୁ ମେମ୍ବର ସମେତ 6 ଯାତ୍ରୀ ସାମିଲ ଅଛନ୍ତି । 3711 ଜଣ ଯାତ୍ରୀଙ୍କୁ ନେଇ ଗତ 5 ଫେବୃୟାରୀରେ କ୍ରୁଜ ଜାହାଜ ଜାପାନ ଅଭିମୁଖେ ବାହାରିଥିଲା । ହେଲେ ହଠାତ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ୟ ସମସ୍ତ ଜାହାଜ ଠାରୁ ସେହି ଜାହାଜକୁ ଅଲଗା ରଖିଯାଇଛି ।

ସୂଚନାଯୋଗ୍ୟ, ପ୍ରାଣ ଘାତକ କୋରୋନାର ଉତ୍ପତ୍ତି ସ୍ଥଳ ଚୀନର ଉହାନ ସହରରେ । ସେଠାରେ ଏଯାବତ 2663 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ମୋଟ 76 ହଜାର ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି ।

ସୌଜନ୍ୟ:@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.