ମୁମ୍ବାଇ/ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆହୁରି 3ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ଖୋଜିବା ଆରମ୍ଭ କରିଛି ପ୍ରଶାସନ । ତେବେ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 134ରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାକର ତିୱାରୀ ।
ସେହପରି ମହାରାଷ୍ଟ୍ରର ପୁଣେରେ କୋଭିଡ-19ରେ ଆକ୍ରାନ୍ତ ହୋଇ 2 ଜଣଙ୍କର ପ୍ରାଣହାନି ହୋଇଥିବା ଜଣାପଡିଛି । ଉଭୟ ମୃତକ ପୂର୍ବରୁ ଅସୁସ୍ଥ ମଧ୍ୟ ଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଏହି ଘଟଣାପରେ ସହରରେ ସମୁଦାୟ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ପାଇଛି ।