ପାଟନା: ସାରା ଦେଶରେ କୋରୋନା ଯୋଗୁଁ ଆତଙ୍କିତ ସମସ୍ତେ । କିନ୍ତୁ ବିହାରରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା କିଛି ପ୍ରବାସୀ ଶ୍ରମିକ ଏବଂ ସ୍ଥାନୀୟ ଯୁବକ ମିଶି ଜଣେ ଯୁବତୀଙ୍କ ସହ କରିଛନ୍ତି ଗଣଦୁଷ୍କର୍ମ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।
କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରି କିଭଳି ଏମିତି କାଣ୍ଡ ଭିଆଇଲେ ସେ ନେଇ ଆଶ୍ଚର୍ଯ୍ୟ ହୋଇଛି ପୋଲିସ । ତେବେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାରେ ସଂପୃକ୍ତ ଅନ୍ୟ 5 ଜଣଙ୍କୁ ଖୋଜୁଛି । ଏମାନେ ଦୁଷ୍କର୍ମର ଭିଡିଓ ରେକର୍ଡ କରିଥିବା ମଧ୍ୟ ଜଣାପଡିଛି ।
ବର୍ତ୍ତମାନ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏମାନେ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ପୋଲିସ ସୂଚନା ଦେଇଛି ।