ଚଣ୍ତିଗଡ: ନିର୍ମାଣଧୀନ କୋଠା ଭୁଷୁଡି 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ହରିୟାଣା ଗୁରୁଗ୍ରାମର ସେକ୍ଟର 65ରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା 2 ଜଣ ଶ୍ରମିକ ହେଲେ କର୍ଣ୍ଣ ସାହୁ ଓ ସାଦାମ ଖାନ ଏବଂ ଗୁରୁତର ଜଣକ ବିନୋଦ କୁମାର ବୋଲି ଜଣାପଡିଛି ।
ଶ୍ରମିକମାନେ ନିର୍ମାଣଧୀନ କୋଠାରେ ଶୋଇଥିବା ସମୟରେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା । ଯେଉଁଥିରେ 2 ଜଣ ଚାପି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଗୋଟିଏ ବର୍ଷ ପୂର୍ବେ, କୋଠାର କାନ୍ଥ ବର୍ଷା ଯୋଗୁଁ ଦୁର୍ବଳ ହୋଇଯାଇଥିଲା । ଏନେଇ କମ୍ପାନୀର ସିଇଓଙ୍କୁ ଅଭିଯୋଗ ମଧ୍ୟ କରାଯାଇଥିଲା । ହେଲେ କାନ୍ଥର ମରାମତି କରାଯାଇନଥିଲା । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
@IANS