ETV Bharat / bharat

ବିଦେଶ ଫେରନ୍ତା 2 ଭାରତୀୟ କେରଳରେ କୋରୋନା ପଜିଟିଭ୍ - 2 ଭାରତୀୟ କେରଳରେ କୋରୋନା ପଜିଟିଭ୍

ବନ୍ଦେ ଭାରତ ମିଶନ୍ ଅନ୍ତର୍ଗତ ଗଲ୍ଫ ଦେଶରୁ ଭାରତ ଅଣାଯାଇଥିବା ଭାରତୀୟଙ୍କ ମଧ୍ୟରୁ 2 ଭାରତୀୟ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଦୁବାଇରୁ କୋଜିକୋଡେ ଓ ଅନ୍ୟ ଜଣେ ଆବୁଧାବିରୁ କୋଚି ଆସିଥିଲେ ।

corona positive
2 ଭାରତୀୟ କେରଳରେ କୋରୋନା ପଜିଟିଭ୍
author img

By

Published : May 10, 2020, 4:05 PM IST

ଥିରୁଅନନ୍ତପୁରମ୍: ବନ୍ଦେ ଭାରତ ମିଶନ୍ ଅନ୍ତର୍ଗତ ଗଲ୍ଫ ଦେଶରୁ ଭାରତ ଅଣାଯାଇଥିବା ଭାରତୀୟଙ୍କ ମଧ୍ୟରୁ 2 ଭାରତୀୟ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଦୁବାଇରୁ କୋଜିକୋଡେ ଓ ଅନ୍ୟ ଜଣେ ଆବୁଧାବିରୁ କୋଚି ଆସିଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ କହିଛନ୍ତି, 2ଟି ନୂଆ ମାମଲା ଆସିବା ପରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 505 । ଏମାନଙ୍କ ମଧ୍ୟରୁ 17ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ 485ଜଣ ସୁସ୍ଥ ହୋଇସାରିଲେଣି ।

ମଧ୍ୟପୂର୍ବରୁ 2ବିମାନ ଯୋଗେ ମେ 7ରେ କେରଳ ଏୟାରପୋର୍ଟରେ ପହଞ୍ଚିଥିଲା । ଏଥିରେ ପ୍ରାୟ 360ଜଣ ଯାତ୍ରୀ ଥିଲେ । ଏମାନେ ଆବୁଧାବୀ ଓ ଦୁବାଇରୁ ନିଜ ନିଜ ରାଜ୍ୟ ଫେରିଥିଲେ । କୋଭିଡ-19କୁ ଦୃଷ୍ଟିରେ ରଖି ଏମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ରାତି 9 ଟା 40 ମିନିଟରେ ଗୋଟେ ବିମାନ ପହଞ୍ଚିଥିବା ବେଳେ ଏଥିରେ 171 ଯାତ୍ରୀ ଥିଲେ ଓ ଅନ୍ୟ ବିମାନଟି କିଛି ସମୟ ପରେ ପହଞ୍ଚିଥିଲା ଏଥିରେ 189 ଯାତ୍ରୀ ଥିଲେ ।

ଉଭୟ ବିମାନର ଯାତ୍ରୀମାନଙ୍କୁ ଏକ ସ୍ବତନ୍ତ୍ର ଏରୋବ୍ରିଜ୍ ଦେଇ ଯିବାକୁ କୁହାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦଳ ଏହି ପ୍ରବାସୀମାନଙ୍କୁ ପରୀକ୍ଷା କରିଥିଲେ। 2 ସପ୍ତାହ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ପରେ ହିଁ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବ। ଯେତେବେଳେ ସେମାନଙ୍କ ଆରଟି- PCR ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବ ସେତେବେଳେ ସେମାନେ ନିଜ ଘରକୁ ଯାଇପାରିବେ। ଏହି ଯାତ୍ରୀମାନଙ୍କ ଜିନିଷ ମଧ୍ୟ ସାନିଟାଇଜ୍ କରାଯାଇଥିଲା ।

ପ୍ରକାଶଥାଉକି, ମେ 7 ରୁ ଭାରତରେ ବିଶ୍ବର ସର୍ବବୃହତ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଯୋଜନା ଅନୁଯାୟୀ, 12 ଦେଶରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ 2 ଟି ଏୟାରଲାଇନ୍ସର 64ଟି ବିମାନ କାର୍ଯ୍ୟକାରୀ କରୁଛି । ଏଥିରେ ମୋଟ 1 ଲକ୍ଷ 90 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.