ETV Bharat / bharat

ଆନ୍ଧ୍ରର 2 ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ - ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ

ମହାମାରୀ କୋରୋନା ଯୋଦ୍ଧାଙ୍କୁ ପୁଣି ଆକ୍ରମଣ । ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ 2 ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ...

ଆନ୍ଧ୍ରର 2 ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ
ଆନ୍ଧ୍ରର 2 ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ
author img

By

Published : May 2, 2020, 3:07 PM IST

ଅମରାବତୀ: ବିପତ୍ତି ସମୟରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କୁ ମରାଣାତ୍ମକ ଆକ୍ରମଣ । ଆନ୍ଧ୍ରପ୍ରଦେଶର ବିଜୟାୱାଡ ଠାରେ 2 ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇଟି ପୃଥକ ପୃଥକ ଘଟଣାରେ 4 ଜଣ ଦୁର୍ବୃତ୍ତ ଏମାନଙ୍କ ଉପରେ ଆକ୍ରମଣ କରିଛନ୍ତି।

ଶୁକ୍ରବାର ଦିନ କାର ଯୋଗେଁ ଘରକୁ ଫେରୁଥିବା ଜଣେ ଜୁନିୟରଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ଏଥିରେ କାରଟି ଭାଙ୍ଗି ଯାଇଥିଲେ ମଧ୍ୟ ଡାକ୍ତର ଜଣକ ଗାଡି ଚଳାଇ ଘରେ ପହଞ୍ଚିଥିଲେ । ଏହି ଘଟଣା ଘଟିବାର ଆଉ କିଛି ସମୟରେ ପରେ ବାଇକରେ ଆସୁଥିବା ଅନ୍ୟ ଏକ ଡାକ୍ତରଙ୍କୁ ଅଟକାଇ ତାଙ୍କ ବାଇକକୁ ଜାଳି ଦେଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ସିସିଟିଭ ଫୁଟଜ ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛି ।

ସେପଟେ, ବାରମ୍ବାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ଯାହାକୁ ବିରୋଧରେ ଏକ ନିୟମ କରିବାକୁ ଇଣ୍ଡିଆନ ମେଡିଆନ ଆସୋସିଏସନ କେନ୍ଦ୍ରକୁ ଜଣାଇଆସିଛି ।

କୋଭିଡ -19 ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସମ୍ମୁଖୀନ ହେଉଥିବା ହିଂସା ଏବଂ ଆକ୍ରମଣ ସମ୍ପର୍କରେ ଆଇଏମଏ କହିଛି, ଯେ ଅତ୍ୟଧିକ ଉତ୍ତେଜନା ସତ୍ତ୍ବେ ବହୁ ସଂଯମତା ପ୍ରଦର୍ଶନ କରାଯାଉଛି। ଏହାର ଅର୍ଥ ନୁହେଁ ଯେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.