ETV Bharat / bharat

ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟ ସଂଘର୍ଷ ଘଟଣା: 3 ମୃତ, 147 ଗିରଫ

author img

By

Published : Aug 12, 2020, 7:46 AM IST

Updated : Aug 12, 2020, 3:14 PM IST

ତେଜିବାରେ ଲାଗିଛି କର୍ଣ୍ଣାଟକର ସୋସିଆଲ ମିଡିଆ ପୋଷ୍ଟ ଫାଇଟ। ଆପତ୍ତିଜନକ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିବା ହିଂସାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ 147 ଜଣଙ୍କୁ ଗିରଫ କରିଛି।

ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟ ସଂଘର୍ଷ ଘଟଣା: 2 ମୃତ, 110 ଗିରଫ

ବେଙ୍ଗାଲୁରୁ: ତେଜିବାରେ ଲାଗିଛି କର୍ଣ୍ଣାଟକର ସୋସିଆଲ ମିଡିଆ ପୋଷ୍ଟ ଫାଇଟ। ଆପତ୍ତିଜନକ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିବା ହିଂସାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ 147 ଜଣଙ୍କୁ ଗିରଫ କରିଛି। ତେବେ ବିଧାୟକଙ୍କ ଜଣେ ସମ୍ପର୍କୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପ୍ରଦର୍ଶନକାରୀ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।

ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟ ସଂଘର୍ଷ ଘଟଣା: 3 ମୃତ, 147 ଗିରଫ

ଆକ୍ରମଣକାରୀମାନେ ବିଧାୟକଙ୍କ ବାସଭବନ ଆଗରେ ଭଙ୍ଗାରୁଜା କରିବା ବେଳେ ପୋଲିସ ଗୁଳିରେ ଏହି 3 ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବେଙ୍ଗାଲୁରୁର ଡିଜେ ହଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି। ଏହାସହ ହିଂସାକାରୀମାନେ ଷ୍ଟ୍ରିଟ୍ ଲାଇଟ ଭାଙ୍ଗିଦେଇଥିଲେ । ଅନ୍ୟପକ୍ଷେ ରାସ୍ତାରେ ଓ ଦୋକାନରେ ଥିବା ସିସିଟିଭି ଗୁଡିକୁ ନଷ୍ଟ କରିଦେଇଥିଲେ । ଏପରିକି ରାସ୍ତା ଉପରେ ଥିବା 7-8 ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ପୋଲିସ ଭ୍ୟାନ ଓ ଡିସିପିଙ୍କ କାର୍ ମଧ୍ୟ ଥିଲା ।

ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟ ସଂଘର୍ଷ ଘଟଣା

ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ଗଣମାଧ୍ୟମକୁ କହିଛନ୍ତି, "ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ସଂଘର୍ଷରେ ଅତିରିକ୍ତ ପୋଲିସ କମିଶନରଙ୍କ ସମେତ ପ୍ରାୟ 60 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରରେ ସିଆରପିସି ଧାରା 144 ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଛି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଡିଜେ ହଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନରେ କର୍ଫ୍ୟୁ ଲାଗୁ କରାଯାଇଛି। ବେଙ୍ଗାଲୁରୁ ପୋଲିସ କମିଶନର ପନ୍ତ କହିଛନ୍ତି ଯେ ଫେସବୁକରେ ଅପମାନଜନକ ପୋଷ୍ଟ ସେୟାର କରି ଅଭିଯୁକ୍ତ ନବୀନଙ୍କୁ ଗିରଫ କରାଯାଇଛି।

ଗୃହମନ୍ତ୍ରୀ ବାସଭାରାଜ ବମ୍ମାଇ ହିଂସାତ୍ମକ ସଂଘର୍ଷର ଘଟଣାକୁ ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସୂଚନାନୁସାରେ, କ୍ରୋଧିତ ବ୍ୟକ୍ତିମାନେ ବିଧାୟକଙ୍କ ବାସଭବନରେ ଜଗି ରହିଥିବା ପୋଲିସ ଉପରେ ପଥର ଫିଙ୍ଗିଥିଲେ। ତେବେ ଘଟଣା ସମୟରେ ବିଧାୟକ ମୂର୍ତ୍ତି ଘରେ ନଥିବା ଜଣାପଡିଛି । ଅନ୍ୟପକ୍ଷେ ବିଧାୟକ ଏକ ଭିଡିଓ ଜାରି କରି ପ୍ରଦର୍ଶନକାରୀଙ୍କୁ ଶାନ୍ତି ଆପଣାଇବାକୁ ଅପିଲ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

Last Updated : Aug 12, 2020, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.