ନୂଆଦିଲ୍ଲୀ: ଗତ 4 ମାସ ମଧ୍ୟରେ କରୋନା ସଙ୍କଟ ଯୋଗୁଁ ପ୍ରାୟ 2 କୋଟି ଲୋକ ଚାକିରୀ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କେନ୍ଦ୍ରସରକାର ବେରୋଜଗାରର ସତ୍ୟତା ଦେଶକୁ ଲୁଚାଯାଇପାରିବେ ନାହିଁ ବୋଲି ସେ କହିଛନ୍ତି ।
ଏକ ଗଣମାଧ୍ୟମ ରିପୋର୍ଟକୁ ଦର୍ଶାଇ ସେ ହିନ୍ଦୀରେ ଏକ ଟ୍ବିଟ କରି ରାହୁଲ କହିଛନ୍ତି, ଗତ 4 ମାସ ମଧ୍ୟରେ ପ୍ରାୟ 2 କୋଟି ଲୋକ ଚାକିରୀ ହରାଇଛନ୍ତି। 2 କୋଟି ପରିବାରର ଭବିଷ୍ୟତ ଅନ୍ଧକାରରେ ରହିଛି ବୋଲି ସେ ଲେଖିଛନ୍ତି ।
ପୂର୍ବରୁ ଭାରତୀୟ ଜନତା ପାର୍ଟି ଫେସବୁକ ଓ ହ୍ବାଟ୍ସଆପକୁ କଣ୍ଟ୍ରୋଲ କରୁଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଏହି ଅଭିଯୋଗର ପାଲଟା ଜବାବ ଦେଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ହାରିଯାଇଥିବା ବ୍ୟକ୍ତି ସାରା ବିଶ୍ବ ଉପରେ ବିଜେପି ଓ ଆରଏସଏସର ନିୟନ୍ତ୍ରଣ ଥିବା କହୁଛନ୍ତି ।