ଭୋପାଲ: ମଧ୍ୟପ୍ରଦେଶର ଉଜ୍ଜୈନରେ ଲକଡାଉନ ନିୟମ ଉଲ୍ଲଂଘନ କରିଛନ୍ତି କଂଗ୍ରେସର ଦୁଇ ବିଧାୟକ । ଏଠାରେ ଲକଡାଉନ ଥିବା ସତ୍ତ୍ବେ ଦୁଇ ବିଧାୟକ ପଦଯାତ୍ରାରେ ବାହାରିପଡିଲେ । ଦୁଇ ବିଧାୟକଙ୍କୁ ଏପରି ଚାଲୁଥିବା ଦେଖି ପୋଲିସ ଗିରଫ କରିଛି । ବିଧାୟକମାନେ ମିଶି ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ କରିବାକୁ ବାହାରିଥିଲେ । ଉଜ୍ଜୈନରେ ତରାନାର କଂଗ୍ରେସ ବିଧାୟକ ମହେଶ ପରମାର ଏବଂ ଆଲୋଟର କଂଗ୍ରେସ ବିଧାୟକ ମନୋଜ ଚାୱଲା ମହାକାଲେଶ୍ବର ମନ୍ଦିରରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବାର ଆହ୍ବାନ କରିଥିଲେ ।
ବିଧାୟକଙ୍କ ଅଭିଯୋଗରେ ଯେ ବିଜେପି ସରକାର ଦେଇଥିବା ପ୍ରତିଶୃତିକୁ ରକ୍ଷା କରିପାରିନାହାଁନ୍ତି । ଦେଶବାସୀ ଲକଡାଉନକୁ ପାଳନ କରୁଛନ୍ତି ସତ କିନ୍ତୁ ଶ୍ରମିକ ଏବଂ ସାଧାରଣବର୍ଗର ଲୋକଙ୍କ ସମେତ ଚାଷୀକୂଳ କୌଣସି ସୁବିଧା ପାଇପାରୁନାହାଁନ୍ତି । ଏନେଇ ଆମେ ଆନ୍ଦୋଳ କରିବାକୁ ବାହାରିଛୁ ।
ମଧ୍ୟପ୍ରଦେଶର ଚାଷୀ ଏହି ଲକଡାଉନ ଯୋଗୁଁ ବହୁତ ଚିନ୍ତିତ ଅଛନ୍ତି । ଅନ୍ୟପଟେ ଉଜ୍ଜୈନ ଜିଲ୍ଲାରେ ଲଗାତାର କୋରୋନା ଯୋଗୁଁ ମୃତ୍ୟୁ ଘଟୁଛି । ଏହି ସବୁ ବିଷୟକୁ ନେଇ ଦୁଇ କଂଗ୍ରେସ ବିଧାୟକ ଦଳୀୟକର୍ମୀଙ୍କ ସହ ମିଶି ମନ୍ଦିର ବାହାରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନେ ତ୍ରିରଙ୍ଗା ଧରି ପଦଯାତ୍ରା ଆରମ୍ଭ କଲେ । ତେବେ ଏସବୁ ଦୃଶ୍ୟ ଦେଖି ପୋଲିସ ତାଙ୍କୁ ତରନ୍ତ ଗିରଫ କରି ଜେଲକୁ ନେଇଗଲେ ।
ସେପଟେ ପୋଲିସର କରିବା କଥା ହେଲା ଉଜ୍ଜୈନରେ ବର୍ତ୍ତମାନ ଲକଡାଉନ ସହିତ କର୍ଫ୍ୟୁ ମଧ୍ୟ ଜାରିରହିଛି । ଏପରି ସ୍ଥିତିରେ ବିଧାୟକମାନେ ନିୟମକୁ ନମାଲି ଉଲ୍ଲଂଘନ କରୁଛନ୍ତି । ତେଣୁ ସେମାନଙ୍କୁ ଗିରଫ କରାଯାଇଛି ।