ଲକ୍ଷ୍ମୌ: ଉତ୍ତରପ୍ରଦେଶ ରବୁପୁରା କୋତୱାଲି ଅଞ୍ଚଳରେ ସୋମବାର ରାତିରେ ଏକ ଦୁଇ ମହଲା କୋଠା ଭୁଶୁଡି ଦୁଇଜଣ ଶିଶୁଙ୍କ ମୃତ୍ୟୁ ହେବା ସହ 9 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ତେବେ ବର୍ଷା କାରଣରୁ ପୁରୁଣା କୋଠାଟି ଭୁଶୁଡି ପଡିଥିବା ଆଶଙ୍କା କରାଯାଉଛି ।
ରବୁପୁରାର ଦୁବଲି ଗାଁରେ ସୋମବାର ରାତିରେ ଭୁଶୁଡି ପଡିଥିବା କୋଠା ତଳେ ଅନେକ ସମୟଧରି ଖୋଜାଖୋଜି କରିଥିଲେ ଲୋକେ । ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ଭୋର 4ଟାରେ ଜୋରଦାର ଶବ୍ଦ କରି ଦୁଇମହଲା ବିଶିଷ୍ଟ ଏହି କୋଠାଟି ଭୁଶୁଡି ପଡିଥିବା ଜଣାପଡିଛି । କୋଠା ଭୁଶୁଡିବା ସମୟରେ ଘରର ସମସ୍ତ ଲୋକ ଶୋଇଥିବା କାରଣରୁ ସମସ୍ତେ ଅଜ୍ଞ ଥିଲେ । ଦୁଇ ଜଣ ଶିଶୁ ପ୍ରାଚୀ (7 ବର୍ଷ) ଓ ସୋନିଆ (9 ବର୍ଷ) କାନ୍ଥ ତଳେ ଦବିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରର ଅନ୍ୟ 9 ଜଣ ସଦସ୍ୟ ଗୁରୁତର ହୋଇଥିଲେ ।
କୋଠା ଭୁଶୁଡିବା ଖବର ମିଳିବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।