ନୂଆଦିଲ୍ଲୀ: 22 ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଦୁଇ ଭାଇ । ଚାରି ଦିନ ଧରି ଏକ 22 ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ରବିବାର ଦୁଇ ଭାଇଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏଭଳି ଘଟଣା ଘଟିଛି ଦିଲ୍ଲୀର ଅମର କଲୋନୀଠାରେ ।
ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ କାନପୁର ନିବାସୀ ଅଟନ୍ତି । ତେବେ ସେ 16 ଜୁନରେ ଚାକିରି ସନ୍ଧାନରେ ଦିଲ୍ଲୀ ଆସିଥିଲେ । ତେବେ ଦୁଇ ଭାଇ ଶତ୍ରୁଘ୍ନ ଏବଂ ଭରତଙ୍କ ମା ମହିଳା ଜଣଙ୍କୁ ତାଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ କରିବା ନେଇ କହିଥିଲେ ।
ଏହି ମଉକାର ଫାଇଦା ଉଠାଇ ଦୁଇ ଭାଇ ଯୁବତୀଙ୍କୁ ଗତ ଚାରି ଦିନ ଧରି ଦୁଷ୍କର୍ମ କରିଥିଲେ । ତେବେ ଘଟଣା ଜଣାପଡିବା ପରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।