ରାୟପୁର: ମହାମାରୀ କୋରୋନାକୁ ନେଇ ଲୋକେ ଆତଙ୍କିତ ରହିଛନ୍ତି । ଏ ପରିସ୍ଥିତିରେ କୋଭିଡ ଔଷଧ ଆଣି ଦେବାକୁ କହି ଦୁଷ୍କର୍ମ ଅଭିଯୋଗ । ଘଟଣାରେ ଜଣେ ନାବାଳକ ଗିରଫ ହୋଇଥିବାବେଳେ ଅନ୍ୟ ଜଣକୁ ପୋଲିସ ଖୋଜିବାରେ ଲାଗିଛି । ଘଟଣାଟି ଛତିଶଗଡର ଏକ ଗାଁରେ ଦେଖିବାକୁ ମିଳିଛି ।
ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଏଏସପି) ପ୍ରତିଭା ପାଣ୍ଡେଙ୍କ କହିବାନୁସାରେ, ଏହି ନାବାଳକମାନେ ଜଣେ ଝିଅକୁ କୋଭିଡ-19 ପଜିଟିଭ ଥିଲା ବୋଲି କହିଥିଲେ । ପରେ ତାକୁ ନିକଟସ୍ଥ ଡାକ୍ତରଖାନାରୁ ଔଷଧ ଆଣି ଦେବା ବାହାନା କରି ନେଇଯାଇଥିଲେ । ପରେ ତାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ପୀଡିତାଙ୍କ ସାନ ଭାଇ ଘରେ ଉଭଣୀକୁ କେହି ହସ୍ପିଟାଲ ନେଇଯାଉଥିବାର କହିବା ପରେ ଘଟଣାଟି ସାମ୍ନାକୁ ଆସିଥିଲେ । ପରେ ଝିଅଟି ଘରକୁ ଫେରିବା ପରେ ଘଟଣା ବିଷୟରେ କହିଥିଲା ।
ସେପଟେ, ଘଟଣାରେ ପୋଲିସ ପୋସ୍କୋ ଆକ୍ଟ ଅନୁସାରେ, 2 ନାବାଳକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଫେରାର ଥିବା ଅନ୍ୟ ଜଣେ ନାବାଳକକୁ ଖୋଜିବାରେ ଲାଗିଛି ।