ହାଇଦ୍ରାବାଦ: ଭାରତରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର 496 ପାର କରିସାରିଛି । ସେଥିମଧ୍ୟରୁ 19 ହଜାର 868ଟି ସକ୍ରିୟ ଥିବାବେଳେ, 5 ହଜାର 804 ଜଣ ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
ତେବେ 24 ଘଣ୍ଟା ମଧ୍ୟରେ ଦେଶରେ 1990ଟି କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, 49 ଜଣଙ୍କର ମୃତ୍ୟୁ ହୋଇଛି । ଯାହାଦ୍ବାରା ଦେଶରେ ସମୂଦାୟ ମୃତ୍ୟୁ ସଂଖ୍ୟା 824କୁ ଛୁଇଁଛି । ଭାରତରେ ସବୁଠୁ ଅତ୍ୟଧିକ ପ୍ରବାଭିତ ହୋଇଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗୁଆ ରହିଛି । ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାର ଉର୍ଦ୍ଧ୍ବରେ ପହଞ୍ଚିଛି । 323 ଜଣଙ୍କ ପ୍ରାଣହାନୀ ଘଟିଛି ।
ଦେଶରେ ବର୍ତ୍ତମାନ ଜାରି ରହିଛି ଲକଡାଉନ । ମେ 3 ପର୍ଯ୍ୟନ୍ତ ଏହି ଲକଡାଉନ ଚାଲିବାକୁ ଥିବାବେଳେ, ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ଓ ସଚେତନତାକୁ କଡାକଡି ଭାବେ ପାଳନ କରାଯାଉଛି ।