ETV Bharat / bharat

ଶିଖ ଦଙ୍ଗାକୁ ନେଇ ସୀମା ପାର କଲେ ପିଟ୍ରୋଡା: ରାହୁଲ

author img

By

Published : May 11, 2019, 10:32 AM IST

84' ଦଙ୍ଗାକୁ ନେଇ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନରେ କ୍ଷମା ମାଗନ୍ତୁ ସାମ। ଏକ ସମ୍ବେଦନଶୀଳ ମାମଲାରେ ଏଭଳି ଟିପ୍ପଣୀ ଦେଇ ସମସ୍ତ ସୀମା ପାର କରିଥିବା କହିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ନୂଆଦିଲ୍ଲୀ: 1984 ଶିଖ ଦଙ୍ଗାକୁ ନେଇ ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ । ସାମଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଶିଖ ଦଙ୍ଗାକୁ ନେଇ ପିଟ୍ରୋଡାଙ୍କ ମନ୍ତବ୍ୟ "ଆବସ୍ୟୁଲିଟି ଆଣ୍ଡ କମ୍ପଲିଟଲି ଆଉଟ ଅଫ ଲାଇନ"( ସମସ୍ତ ସୀମା ପାର କରିଥିବା) କହିଛନ୍ତି ରାହୁଲ । ଗତ ଶୁକ୍ରବାର ନିଜର ଫେସବୁକ ପେଜରେ ସାମଙ୍କୁ କ୍ଷମା ମାଗିବାକୁ କହିଛନ୍ତି ରାହୁଲ ।

84 ଦଙ୍ଗା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାବେଳେ ପିଟ୍ରୋଡାଙ୍କ ଏପରି କହିବା ଗ୍ରହଣୀୟ ନୁହେଁ । ଆଜି ବି ଏ ଘଟଣା ଲୋକଙ୍କୁ ମନରୁ ଲିଭିନଥିବାବେଳେ ଏପରି ମନ୍ତବ୍ୟ ଦେଇ ସମସ୍ତ ସୀମା ପାର କରିଦେଇଛନ୍ତି ପିଟ୍ରୋଡା । ତେଣୁ ଏ ଦିଗରେ ରାହୁଲ ନିଜେ ସାମଙ୍କ ସହ ସିଧାସଳଖ କଥା ହେବେ ନିଜେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧୀ ଏ ବିବାଦରେ କ୍ଷମା ମାଗିଥିବାବେଳେ, ଏହି ଟିପ୍ପଣୀ ପାଇଁ ସେ ମଧ୍ୟ କ୍ଷମା ମାଗିବେ ।

ସେପଟେ, ପିଟ୍ରୋଡାଙ୍କ ଏହି ବିବାଦୀୟ ବୟାନକୁ ନେଇ ମୋଦି ଓ ବିଜେପି ସରକାର କଂଗ୍ରେସକୁ ଘେରିଥିବାବେଳେ ସାମ ଏନେଇ କ୍ଷମା ମାଗିଛନ୍ତି । ହିନ୍ଦୀ ଭାଷା ଠିକରେ ଜାଣିନଥିବା କହି ଭୁଲରେ କହିଦେଇଥିବା କହିଛନ୍ତି ସାମ ।

ଏକ ଗଣମାଧ୍ୟମକୁ ସାମ 84'ଦଙ୍ଗାକୁ "ହେଲା ତ ହେଲା ସେଇଠୁ କଣ ହେଲା" କହି ବିବାଦ ଘେରକୁ ଆସିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଇଛି ।

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.