ETV Bharat / bharat

ଚୀନ ସହ ଯୁଦ୍ଧ କରି କ୍ଷତି ସହିଥିଲା ଭାରତ: ଏସ. ଜୟଶଙ୍କର

1962 ମସିହାରେ ଚୀନ ସହ ଯୁଦ୍ଧ କରିବା ଭାରତ ପାଇଁ ମହଙ୍ଗା ପଡିଥିଲା। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

ଚୀନ ସହ ଯୁଦ୍ଧ ପରେ କ୍ଷତି ସହିଥିଲା ଭାରତ
author img

By

Published : Nov 15, 2019, 9:46 AM IST

ନୂଆଦିଲ୍ଲୀ: ସ୍ବାଧିନତା ପରେ 1962 ମସିହାରେ ଚୀନ ସହ ଯୁଦ୍ଧ କରିବା ଭାରତ ପାଇଁ ମହଙ୍ଗା ପଡିଥିଲା। ଏହା ଯୋଗୁଁ ବିଶ୍ୱ ଦରବାରରେ ଅନେକ କିଛି ହରାଇବାକୁ ପଡିଥିଲା। ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ପରେ ସିମଲା ଚୁକ୍ତି ସ୍ୱାକ୍ଷର ହୋଇଥିଲା। ସେବେଠାରୁ ଜମ୍ମୁ କାଶ୍ମୀରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ପାକିସ୍ତାନର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ପ୍ରୋତ୍ସାହନରେ ହେଉଥିଲା ହେଲେ ଏହି ଦୁଇ ଯୁଦ୍ଧ ହେବା ପୂର୍ବରୁ ଭାରତର ସ୍ଥିତି ଠିକ ଥିଲା ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ। ନିକଟରେ କେନ୍ଦ୍ର ମୋଦି ସରକାର ଆରସିଇପି ଚୁକ୍ତିରୁ ଓହରିଯିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସେ। ଏହା ଉପରେ ମତ ରଖି ସେ କହିଛନ୍ତି ଯେ, କୌଣସି ଖରାପ ଚୁକ୍ତି କରିବା ବଦଳରେ, ଆଦୌ ଚୁକ୍ତି ସ୍ବାକ୍ଷରିତ ନକରିବା ଉଚିତ। ପୁଲୱାମା ଏବଂ ଉରି ସେନା କ୍ୟାମ୍ପରେ ହୋଇଥିବା ଆକ୍ରମଣ ଭାରତ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଜର ମତାମତ ରଖିଥିଲେ ବୈଦେଶିକ ମନ୍ତ୍ରୀ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ହୋଇଥିବା ଲୋମହର୍ଷକାରୀ 26/11 ଆକ୍ରମଣ ଘଟଣା ପରେ, ଭାରତ ପକ୍ଷରୁ କୌଣସି ପ୍ରଭାବଶାଳୀ ଜବାବୀ କାର୍ଯ୍ୟାନୁଷ୍ଠାନ ସେତେବେଳର ସରକାରଙ୍କ ପକ୍ଷରୁ କରାନଯାଇନଥିବା କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଦର୍ଶାଇଛନ୍ତି।

ଏସିଆନର ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଆରସିଇପି। ଯେଉଁଥିରେ ଚୀନ, ଭାରତ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଆଦି ସାମିଲ ହୋଇଥିଲେ। ହେଲେ ବର୍ତ୍ତମାନ ଏଥିରେ ସାମିଲ ହେବାକୁ ମନା କରିଦେଇଛି ଭାରତ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.