ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲ୍ଲାପାରାଲିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଏଥିରେ 190ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ସୂଚନା ଅନୁସାରେ, କର୍ଣ୍ଣାଟକ ଚିକ୍କାବାଲାପୁର ଜିଲ୍ଲା କଲ୍ଲାପରାଲିରେ ଶନିବାର ବିଳମ୍ବିତ ରାତିରେ ଲାଗିଥିଲା ନିଆଁ । ହଠାତ ନିଆଁ ପାଖରେ ଥିବା ମେଣ୍ଢାଶାଳରେ ଲାଗିଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ 190ଟି ମେଣ୍ଢା ଜଳିଯାଇଥିଲେ । ଏହାସହ ପ୍ରାୟ 15 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।