ETV Bharat / bharat

ବନ୍ଦେ ଭାରତ ମିଶନରେ ଭାରତ ଫେରିଛନ୍ତି 19 ଲକ୍ଷ 40 ହଜାର ଲୋକ

author img

By

Published : Oct 23, 2020, 6:13 AM IST

ବନ୍ଦେ ଭାରତ ମିଶନ ଯୋଜନାରେ 19 ଲକ୍ଷ 40 ହଜାର ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ଏହି ମିଶନର ସପ୍ତମ ପର୍ଯ୍ୟାୟରେ ଏକ ଲକ୍ଷ 20 ହଜାର ଭାରତୀୟଙ୍କୁ ବିଭିନ୍ନ ସ୍ଥାନରୁ ଫେରାଇ ଅଣାଯାଇଛି। ଅଧିକ ପଢ଼ନ୍ତୁ...

ବନ୍ଦେ ଭାରତ ମିଶନରେ 19 ଲକ୍ଷ 40 ହଜାର ଲୋକ ଭାରତ ଫେରିଛନ୍ତି

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଯୋଜନାରେ 19 ଲକ୍ଷ 40 ହଜାର ଭାରତୀୟଙ୍କୁ ଫେରାଇ ଅଣାଯାଇଛି। କୋଭିଡ 19 ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଚଳିତ ବର୍ଷ ମେ ମାସ ପ୍ରଥମ ସପ୍ତାହରେ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏନେଇ ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏକ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ,"ବନ୍ଦେ ଭାରତ ମିଶନ ଯୋଜନା ପାଇଁ 1050ଟି ବିମାନ ଚଳାଚଳ ପାଇଁ କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସୁଦ୍ଧା 690ଟି ବିମାନ ଚଳାଚଳ ଆରମ୍ଭ କରି ସାରିଛି। ଦେଶର 22ଟି ବିମାନ ବନ୍ଦରକୁ ଏହି ବିମାନଗୁଡ଼ିକ ଚଳାଚଳ ଜାରି ରଖିଛି। ସପ୍ତମ ପର୍ଯ୍ୟୟରେ ଏକ ଲକ୍ଷ 20 ହଜାର ଭାରତୀୟଙ୍କୁ ବିଭିନ୍ନ ସ୍ଥାନରୁ ଫେରାଇ ଅଣାଯାଇ ସାରିଛି। "

ଏବେ ବି ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଅଣାଯିବାର ବ୍ୟବସ୍ଥା କରାଯାଉଛି। ଏହାସହ ଭାରତୀୟଙ୍କ ଫେରାଇ ଆଣିବା ପାଇଁ ବିଭିନ୍ନ ଦେଶର ସରକାରଙ୍କ ସହ ସମନ୍ବୟ ରଖା ଯାଇଛି। ଅକ୍ଟୋବର 1 ତାରିଖରେ ଏହି ମିଶନର ସପ୍ତମ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା।

ଯେଉଁ ଦେଶରେ କୋଭିଡ କଟକଣା ଲାଗୁ ଅଛି ସେହି ଦେଶ ଗୁଡ଼ିକରୁ ଭାରତ ଫେରିବାକୁ ଚାହୁଁଥିବା ଭାରତୀୟଙ୍କୁ ଶୀଘ୍ର ଭାରତ ଫେରାଇ ଅଣାଯିବ। ଏନେଇ ଦେଶବାସୀଙ୍କୁ ଆଶ୍ବସନା ଦେଇଛନ୍ତି ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.