ETV Bharat / bharat

ଇଶାନାଙ୍କ ନିଶା: ପ୍ରସ୍ତୁତ କରୁଛନ୍ତି ଇକୋ ଫ୍ରେଣ୍ଡଲି  ସାନିଟାରୀ ନାପକିନ - ଇକୋ ଫ୍ରେଣ୍ଡଲି  ସାନିଟାରୀ ନାପକିନ

ଇକୋ ୱାରିୟର ସାଜିଛନ୍ତି କୋଏମ୍ବାଟୁରର ଜଣେ 18 ବର୍ଷିୟା ଝିଅ । ନିଜର ଏକ ବୁଟିକ ଖୋଲି ପ୍ରସ୍ତୁତ କରୁଛନ୍ତି ପୁନଃବ୍ୟବହାର ଯୋଗ୍ୟ ଏବଂ ଇକୋ ଫ୍ରେଣ୍ଡଲି  ସାନିଟାରୀ ନାପକିନ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 13, 2019, 12:02 AM IST

ଚେନ୍ନାଇ: ଇକୋ ୱାରିୟର ସାଜିଛନ୍ତି କୋଏମ୍ବାଟୁରର ଜଣେ 18 ବର୍ଷିୟା ଝିଅ । ସେ ନା କେବଳ ପରିବେଶକୁ ରକ୍ଷା କରୁଛନ୍ତି ବରଂ ତାଙ୍କ ଭଳି କେତେ ଝିଅଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି । ମାତ୍ର 18 ବର୍ଷ ବୟସରେ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ । ନିଜର ଏକ ବୁଟିକ ଖୋଲି ପ୍ରସ୍ତୁତ କରୁଛନ୍ତି ପୁନଃବ୍ୟବହାର ଯୋଗ୍ୟ ଏବଂ ଇକୋ ଫ୍ରେଣ୍ଡଲି ସାନିଟାରୀ ନାପକିନ ।

ତାମିଲନାଡୁ କୋଏମ୍ବାଟୁରରେ ରୁହନ୍ତି ଇଶାନା । ବଜାରରେ ମିଳୁଥିବା ସାନିଟାରୀ ନାପକିନର ବ୍ୟବହାର ଯୋଗୁଁ ତାଙ୍କୁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ଅନ୍ୟ ମହିଳା ଯେପରି ତାଙ୍କ ଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ସେ କପଡାରେ ସାନିଟାରୀ ନାପକିନ ପ୍ରସ୍ତୁତ କରିବା ପାଇଁ ଇଚ୍ଛା କରିଥିଲେ । ଫ୍ୟାସନ ଡିଜାଇନର କୋର୍ସ କରିବା ପରେ ଆରମ୍ଭ କରିଥିଲେ ଏକ ବୁଟିକ । ଯେଉଁଠି ସେ କେବଳ କପଡାର ବ୍ୟବହାର କରି ସାନିଟାରୀ ନାପକିନ ପ୍ରସ୍ତୁତ କରିଥିଲେ । ତେବେ ତାଙ୍କ ବୁଟିକରେ ଅନେକ ମହିଳା ଏବଂ ଝିଅ କାମ କରୁଛନ୍ତି । ସେମାନେ ଏହି ନାପକିନକୁ ବଜାରରେ ବିକ୍ରି ମଧ୍ୟ କରୁଛନ୍ତି ।

ସାଧାରଣତଃ ବଜାରରେ ମିଳୁଥିବା ସାନିଟାରୀ ନାପକିନରେ ଅନେକ ପ୍ରକାର କେମିକାଲ ଜେଲ ମିଶୁଛି । କିନ୍ତୁ ସେ କେବଳ କପଡାର ବ୍ୟବହାର କରି ଏହି ନାପକିନ ପ୍ରସ୍ତୁତ କରୁଛନ୍ତି । ତେବେ ଏହା ପୁନଃବ୍ୟବହାର ଯୋଗ୍ୟ ସହ ଇକୋ ଫ୍ରେଣ୍ଡଲି ମଧ୍ୟ । ଏହି ନାପକିନ କିଭଳି ସହଜ ଉପାୟରେ ଘରେ ପ୍ରସ୍ତୁତ କରାଯାଇପାରିବ ସେନେଇ ଅନ୍ୟ ମହିଳାମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିବା କହିଛନ୍ତି ଇଶାନା ।

Intro:Body:

VIDEO GALLERY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.