ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ଅର୍ଦ୍ଧସାମରିକ ବଳର ଯବାନ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଇଟିବିପିର ଆଉ 18 କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଇଟିବିପିର ରିପୋର୍ଟ ଅନୁଯାୟୀ, ମୋଟ 151ଟି ମାମଲା ସକ୍ରିୟ ଥିବାବେଳେ ଏଯାବତ 270 ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା ଭାଇରସ । ପାଖାପାଖି 188 ଦେଶକୁ ଗ୍ରାସ କରିଛି ଏହି କିଲର ଭାଇରସ । ସଂକ୍ରମଣକୁ ରୋକିବାକୁ ସରକାର ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣଉଛନ୍ତି । ହେଲେ ରୋକ ଲାଗି ପାରୁନି ଏହି ସଂକ୍ରମଣ ଉପରେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋଭିଡ ମାମଲା 673165 ରହିଥିବାବେଳେ ମୃତକଙ୍କ ସଂଖ୍ୟା 19268 ରହିଛି ।
ସୌଜନ୍ୟ @ ANI