ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ ଆକ୍ରମଣକୁ ନେଇ ଆସିଛି ଆଉ ଏକ ରୋଚକ ତଥ୍ୟ । କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏହି ଘଟଣାକୁ ନେଇ ପ୍ରଶ୍ନ କରୁଥିବା ବେଳେ ଇଟାଲୀ ସାମ୍ବାଦିକ ଫ୍ରେସେନ୍ସା ମୌରେନା କରିଛନ୍ତି ବଡ ଧରଣର ଖୁଲାସା ।
ମୌରେନା କହିଛନ୍ତି 'ଭାରତୀୟ ବାୟୁସେନା ସକାଳ ସାଢେ ତିନି ସମୟରେ ପାକିସ୍ତାନର ବାଲାକୋଟରେ କରିଥିଲା ଆକ୍ରମଣ । ଖବର ପାଇ ପାଖରେ ଥିବା ଶିଙ୍କୟାରୀ ଆର୍ମି କ୍ଯାମ୍ପରୁ ଗୋଟେ ପ୍ଲାଟୁନ ସେନା ଘଟଣା ସ୍ଥଳକୁ ଯାଇଥିଲେ।'
ସେ ଆହୁରି କହିଛନ୍ତି ସକାଳ 6 ଟାରେ ପାକିସ୍ତାନର ସେନା ହମଲା ହୋଇଥିବା ସ୍ଥାନରେ ପହଞ୍ଚିଥିଲା । ସେହି ସ୍ଥାନରୁ ଶିଙ୍କୟାରୀ ଆର୍ମି ବେସ୍ ପ୍ରାୟ 20 କିଲୋମିଟର । ସେନା ପହଁଚିବା ପରେ ଆକ୍ରମଣରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ତୁରନ୍ତ ସ୍ଥାନାନ୍ତରିତ କରିଥିଲା । ସ୍ଥାନୀୟ ସୂତ୍ର ଅନୁସାରେ ଏବେ ମଧ୍ୟ 45 ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 20 ଜଣଙ୍କ ଚିକିତ୍ସା ସମୟରେ ହିଁ ମୃତ୍ଯୁ ଘଟିଛି ।
ଜୈଶ୍ ଏ ମହମ୍ମଦର କିଛି କ୍ଯାଡର ଆତଙ୍କବାଦୀଙ୍କ ସମେତ
ପାକିସ୍ତାନର ସମୁଦାୟ 130 ରୁ 170 ଜଣଙ୍କ ଭାରତୀୟ ସେନା ଆକ୍ରମଣରେ ମୃତ୍ଯ ହୋଇଛି ବୋଲି ଇଟାଲୀ ସାମ୍ବାଦିକ ଫ୍ରେସେନ୍ସା ଉଲ୍ଲେଖ କରିଛନ୍ତି ।