ହାଇଦ୍ରାବାଦ : ତେଲେଙ୍ଗାନାରେ ରୋଚାକୋଣ୍ଡା ପୋଲିସ କ୍ୟାନ୍ସର ରୋଗରେ ପୀଡିତ 17 ବର୍ଷିୟ ରମ୍ୟାଙ୍କୁ ରୋଚାକୋଣ୍ଡା ପୋଲିସ କମିଶନର ଭାବରେ ଇଛା ପୂରଣ କଲେ । ଦ୍ବାଦଶ ଶ୍ରେଣୀରେ ଛାତ୍ରୀ ରାମ୍ୟାଙ୍କୁ ରୋଚାକୋଣ୍ଡା ପୋଲିସ କମିଶନର ଭାବେ ଗୋଟିଏ ଦିନ ପାଇଁ ଦାୟିତ୍ବ ଦିଆଗଲା ।
ମେକ ୱିସ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରଚେଷ୍ଠାରେ ରୋଚାକୋଣ୍ଡା ପୋଲିସ କମିଶନର ଆଇପିଏସ ମହେଶ ଭଗବତ ଏହି ସୁଯୋଗ ପ୍ରଦାନ କରିଛନ୍ତି । ରାମ୍ୟା ମେଡଚାଲ ଜିଲ୍ଲାର ଅଟନ୍ତି ଓ ସେ ବ୍ଲଡ କ୍ୟାନସର ଲୁକେମିଆ ରୋଗରେ ପୀଡିତ ହୋଇଛନ୍ତି । ଏବେ ସେ ହାଇଦ୍ରାବାଦର ନିମସରେ ଚିକିତ୍ସିତ ହେଉଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ପରେ ରାମ୍ୟା,ଆଇନ ଓ ଶୃଙ୍ଖଳା ବ୍ୟବସ୍ଥା, ପରିବେଶ ଓ ସାଧାରଣ ଲୋକଙ୍କ ସହିତ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ପୋଲିସ କମିଶନର ଓ ଅତିରିକ୍ତ ପୋଲିସ କମିଶନର ରମ୍ୟାଙ୍କ ଆରୋଗ୍ୟ କାମନା କରିଛନ୍ତି। ରମ୍ୟାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଥିଲା ।