ETV Bharat / bharat

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଶିଲା କୋରୋନା, 17 କର୍ମଚାରୀ ସମେତ ଦଳୀୟ କର୍ମୀ ପଜିଟିଭ - Delhi BJP office

ଦିଲ୍ଲୀ ବିଜେପି କାର୍ଯ୍ୟାଳୟର 17 କର୍ମଚାରୀ ଓ ଦଳୀୟ କର୍ମୀ କୋରୋନା ସଂକ୍ରମିତ । ଆକ୍ରାନ୍ତଙ୍କୁ ପଠାଗଲା କୋଭିଡ ମେଡିକାଲ । 24 ସାଂସଦ ଭାଇରସରେ ହୋଇଛନ୍ତି ଆକ୍ରାନ୍ତ । ଅଧିକ ପଢନ୍ତୁ...

17 people test COVID-19 positive at Delhi BJP office
ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଶିଲା କୋରୋନା , 17 କର୍ମଚାରୀ ଓ ଦଳୀୟ କର୍ମୀ ପଜିଟିଭ
author img

By

Published : Sep 16, 2020, 8:48 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ 17 ଜଣ କର୍ମଚାରୀ ଓ ଦଳୀୟ କର୍ମୀ କୋରୋନା ସଂକ୍ରମିତ । କାର୍ଯ୍ୟାଳୟର ପରିସରରେ ରହୁଥିବା ଦଳୀୟ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ବର୍ଗ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । 17 ଜଣଙ୍କ ମଧ୍ୟରୁ ଜଣେ ଗାର୍ଡ, ଜଣେ ଡ୍ରାଉଭର ଓ ଦୁଇ ଜଣ ପିଅନ ରହିଛନ୍ତି। ଏନେଇ କାର୍ଯ୍ୟାଳୟର ମିଡିଆ ସେଲ ମୁଖ୍ୟ ସୂଚନା ଦେଇଛନ୍ତି । ସଂକ୍ରମିତଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯିବା ସହିତ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି ।

ଗତ 4 ଦିନ ପୂର୍ବରୁ କାର୍ଯ୍ୟାଳୟର ଜଣେ ପିଅନ କୋଭିଡ ସଂକ୍ରମିତ ଥିବା ନେଇ ରିପୋର୍ଟ ଆସିଥିଲା । ଏହା ସହ 24 ଜଣ ସାଂସଦ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । 24 ସାଂସଦ ହେଉଛନ୍ତି ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡେ, ପରଭେଶ ସାହେବ ସିଂ , ସୁଖବୀର ସିଂ, ହନୁମାନ ବେନିୱାଲ ଓ ସକୁନ୍ତଲା ମଜୁମଦାର କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି, ଗୋଦଦେବୀ ମାଧବୀ, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂ, ବିଦ୍ୟୁତ ବାରନ, ପ୍ରଦାନ ବାରୁଆ, ଏନ ରେଡ୍ଡେପ୍ପା, ସେଲଭାମ ଜି, ପ୍ରତାପ ରାଓ ପାଟିଲ, ରାମ ଶଙ୍କର କାଥେରିଆ, ସତ୍ୟ ପାଲ ସିଂ ଓ ରୋଡମାଲ ନାଗର ଆକ୍ରାନ୍ତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.