ଅମରାବତୀ: ଆନ୍ଧ୍ର ପ୍ରଦେଶରେ ପୁଣି କୋରୋନା ଭାଇରସ ଆକ୍ରାନ୍ତଙ୍କ ବୃଦ୍ଧି ଘଟିଛି । ଆଉ 17 ଜଣଙ୍କ ନିକଟରେ କୋରୋନା ପଜିଟିଭ ଦେଖିବାକୁ ମିଳିଛି । ଏନେଇ ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀରେ ତବଲିଗୀ ଜମାତ ବୈଠକରେ ଯୋଗ ଦେଇଥିଲେ। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମାମଲା 40କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ବୁଲେଟିନ୍ ଅନୁଯାୟୀ, 17ଟି ନୂଆ ପଜିଟିଭ ମାମଲା ମଧ୍ୟରୁ 14ଟି ଦିଲ୍ଲୀରେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ କିମ୍ବା ଏହି ସଭାରେ ଯୋଗ ଦେଇଥିବା ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରକାସମ ଓ ଗୁଣ୍ଟୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କ ବିଷୟରେ ଅଧିକ ବିବରଣୀ ବର୍ତ୍ତମାନ ଯାଞ୍ଚ କରାଯାଉଛି ।
@IANS