ETV Bharat / bharat

କୋରୋନା ଆତଙ୍କ: ଇରାନରେ ଫସିଛନ୍ତି 17 ଭାରତୀୟ ମତ୍ସଜୀବୀ - କୋରୋନା ଆତଙ୍କ

ଇରାନରୁ ଭାଇରାଲ ହେଉଛି ଭିଡିଓ । କେରଳର 17 ମତ୍ସଜୀବୀ ଫସିରହିଛନ୍ତି ଇରାନରେ । ଅଧିକ ପଢନ୍ତୁ...

17 Kerala fishermen trapped
କୋରୋନା ଆତଙ୍କ
author img

By

Published : Mar 2, 2020, 10:15 AM IST

ଥିରୁଅନନ୍ତପୁରମ୍: ଇରାନରୁ ଭାଇରାଲ ହେଉଛି ଭିଡିଓ । କେରଳର 17 ମତ୍ସଜୀବୀ ଫସିରହିଛନ୍ତି ଇରାନରେ । କୋରୋନା ଭାଇରସ ଭୟରେ ଇରାନରୁ ଭାରତ ଫେରିବା ପାଇଁ ସମସ୍ତ ରାସ୍ତା ବନ୍ଦ ରହିଛି ।

ଇରାନରେ ଫସିଛନ୍ତି 17 ଭାରତୀୟ ମତ୍ସଜୀବୀ

ଭିଜିନଜାମ, ପୋଭାର୍, ପୋଝିଔର ଅଞ୍ଚଳର ପ୍ରାୟ 17 ଭାରତୀୟ ମତ୍ସଜୀବୀ ସେଠାରେ ଫସିରହିଛନ୍ତି। କେବଳ ଭାରତୀୟ ନୁହେଁ ବରଂ ଅନ୍ୟ ଦେଶର ମତ୍ସଜୀବୀ ପ୍ରାୟ 100 ଜଣ ଫସିରହିଛନ୍ତି । କେରଳର ମତ୍ସମନ୍ତ୍ରୀ ଜେ. ମର୍ସିକୂଟି ମିଡିଆକୁ ଏହା ସ୍ପଷ୍ଟ କରିଛନ୍ତି ।

କୋରାନ ଭାଇରସ କାରଣରୁ ଇରାନରୁ ଆସିପାରୁ ନଥିବା କହିଛନ୍ତି ସେ । ଏହାସହ ନୋର୍କା(କେରଳ ସରକାରଙ୍କ ଏକ ବିଭାଗ) ଅଫିସକୁ 17 ମାଛ ଧରାଳୀଙ୍କ ତଥ୍ୟ ଦିଆଯାଇଛି । ସେମାନେ ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ପଠାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯିବା ନେଇ ମତ୍ସମନ୍ତ୍ରୀ ସୂଚନା ଦେଇଛନ୍ତି ।

IANS ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.