ETV Bharat / bharat

ଅମାନିଆଙ୍କୁ ସାବାଡ, ସମୁଦ୍ରରେ ଗାଧୋଇ 17 ବିଦେଶୀ ପର୍ଯ୍ୟଟକ ଗିରଫ

author img

By

Published : Apr 16, 2020, 12:37 PM IST

ମେ 3 ପର୍ଯ୍ୟନ୍ତ ଲକଡାଉନର ଅବଧି ବୃଦ୍ଧି କରାଯାଇଛି । ଏତିକି ବେଳେ ଅନେକ ଲୋକ ନିୟମ ନମାନି ପଦାକୁ ଆସୁଥିବା ଖବର ଶୁଣିବାକୁ ମିଳୁଛି । ଏତିକି ବେଳେ କେରଳରେ 17 ଜଣ ବିଦେଶୀ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉ ଥିବାବେଳେ 17 ଜଣଙ୍କୁ ଗିରଫ କରାଯାଇଛି ।

ଆମାନିଆଙ୍କୁ ସାବାଡ, ସମୁଦ୍ରରେ ଗାଧୋଇ 17 ବିଦେଶୀ ପର୍ଯ୍ୟଟକ ଗିରଫ

ଥିରୁଅନନ୍ତପୂରମ: ସରକାରଙ୍କ ବାରମ୍ବାର ଅନୁରୋଧ ପରେ ବି କେଉଁଠି ନା କେଉଁଠି ଲକଡାଉନ ନିୟମ ଉଲ୍ଲଙ୍ଘନ କରାଯାଉଥିବା ଖବର ସାମନାକୁ ଆସୁଛି । କେରଳର ପ୍ରସିଦ୍ଧ କୋଭାଲମ ସମୁଦ୍ରରେ ଗାଧୋଇ ହେଉଥିବା 17 ବିଦେଶୀ ପର୍ଯ୍ୟଟକଙ୍କୁ ଗିରଫ କରିଛି କେରଳ ପୋଲିସ ।

ଲକଡାଉନ ଘୋଷଣା ହେବା ପରେ ମାର୍ଚ୍ଚ 22ରୁ ହୋଟେଲରେ ଏହି ପର୍ଯ୍ୟଟକମାନେ ରହୁଥିଲେ । ତେବେ କଡା ନିୟମ ସତ୍ତ୍ବେ ବି ଏମାନେ ମଙ୍ଗଳବାର ସମୁଦ୍ରରେ ଗାଧୋଇବାକୁ ଦେଖିବାକୁ ମିଳିଥିଲା । ଏନେଇ ସେମାନଙ୍କୁ ଗିରଫ କରାଯିବା ସହିତ ହୋଟେଲର ମ୍ୟାନଜର ଓ ମାଲିକଙ୍କ ନାଁ ରେ ମାମଲା ରୁଜୁ କରାଯାଇଛି ।

ତେବେ ସମସ୍ତ ପର୍ଯ୍ୟଟକ ୟୁକେ, କାନାଡା ଓ ଫ୍ରାନ୍ସର ହୋଇଥିବା ଜଣାପଡିଛି । ଆଇପିସି ଧାରା 188 ଓ 269 ଆଧାରରେ ସମସ୍ତଙ୍କ ନାମରେ ମାମାଲା ରୁଜୁ କରାଯାଇଥିବା ଜଣାପଡିଛି ।

For All Latest Updates

TAGGED:

covid-19
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.