ETV Bharat / bharat

ବିଶ୍ବ ଖାଦ୍ୟ ଦିବସ: ‘2030 ସୁଦ୍ଧା କ୍ଷୁଧା ମୁକ୍ତ ହେବ ବିଶ୍ବ’ - କ୍ଷୁଧା ମୁକ୍ତ

ସାରା ବିଶ୍ବରେ ପାଳିତ ହେଉଛି ଖାଦ୍ୟ ଦିବସ । ସମଗ୍ର ବିଶ୍ବକୁ କ୍ଷୁଧା ମୁକ୍ତ କରିବା ପାଇଁ 1945ରେ ଆରମ୍ଭ ହୋଇଥିଲା ଏହି ଅଭିଯାନ । ଚଳିତ ବର୍ଷ ଖାଦ୍ୟ ଦିବସର ବାର୍ତ୍ତା ହେଉଛି, ସଭିଙ୍କ ପାଇଁ ସୁସ୍ଥ, ସୁଲଭ ଓ ସୁଷମ ଖାଦ୍ୟ । ଅଧିକ ପଢ଼ନ୍ତୁ...

ବିଶ୍ବ ଖାଦ୍ୟ ଦିବସ
author img

By

Published : Oct 16, 2019, 8:01 AM IST

ହାଇଦ୍ରାବାଦ: ପ୍ରତିବର୍ଷ ଅକ୍ଟୋବର 16 ତାରିଖରେ ପାଳିତ ହୁଏ ବିଶ୍ବ ଖାଦ୍ୟ ଦିବସ । ସାରା ବିଶ୍ବର କ୍ଷୁଧା ମେଣ୍ଟାଇବା ପାଇଁ ଏହି ଦିନଟିକୁ ସମର୍ପିତ କରାଯାଇଛି । ଏହି ଦିନରେ ବିଶ୍ବବାସୀ ବିଶ୍ବରୁ କ୍ଷୁଧା ନିବାରଣ ପାଇଁ ନିଜର ପ୍ରତିବଦ୍ଧତା ଘୋଷଣା କରନ୍ତି ।

ଖାଦ୍ୟ ଓ କୃଷି ସଂଗଠନ (FAO)ର ପ୍ରତିଷ୍ଠା ଦିବସକୁ ବିଶ୍ବ ଖାଦ୍ୟ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି । ଜାତିସଂଘ କ୍ୟାଲେଣ୍ଡର ସବୁଠାରୁ ଅଧିକ ପାଳନ କରାଯାଇଥିବା ଦିନ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ଦିବସ । ଯାହାକୁ ସାରା ପୃଥିବୀର 150ଟି ଦେଶ ପାଳନ କରୁଛନ୍ତି । ଏହି ଦିନଟି ସେହି ମାନଙ୍କ ପାଇଁ ପାଳନ କରାଯାଏ ଯେଉଁମାନେ ଭୋକରେ ଜର୍ଜରିତ ହୋଇ ରହିଛନ୍ତି ଓ ଯେଉଁମାନଙ୍କୁ ଉତ୍ତମ, ପୁଷ୍ଟିକର ଓ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି ।

ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଖାଦ୍ୟ ସଭିଙ୍କର ଏକ ମୌଳିକ ଅଧିକାର । ତଥାପି ପୃଥିବୀରେ 820 ମିଲିଅନ ଲୋକ ସ୍ବଳ୍ପ ପୋଷଣର ଶିକାର ହେଉଥିବା ବେଳେ, 60 ପ୍ରତିଶତ ମହିଳା ଓ 5 ବର୍ଷରୁ କମ ପ୍ରାୟ 5 ମିଲିଅନରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଥାନ୍ତି ।

16th october, world food day, fight against hunger, ବିଶ୍ବ ଖାଦ୍ୟ ଦିବସ, କ୍ଷୁଧା ମୁକ୍ତ, କ୍ଷୁଧାରୁ ମୃ୍ତ୍ୟୁ
କୁପୋଷଣର ଶୀକାର

ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନ ଅନୁସାରେ ସୁଷମ ଆହାର ଓ ଗତିହୀନ ଜୀବନଶୈଳୀର ସଂଯୋଜନରେ ବୃଦ୍ଧି ପାଉଛି ମେଦବହୁଳତା । କେବଳ ଯେ ବିକଶିତ ରାଷ୍ଟ୍ର ତାହା ନୁହେଁ, କିନ୍ତୁ ସ୍ବଳ୍ପ ଆୟ କରୁଥିବା ଦେଶ ଗୁଡିକରେ ମଧ୍ୟ କ୍ଷୁଧା ଓ ମେଦବହୁଳତା ଏକା ସାଙ୍ଗରେ ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ପ୍ରାୟ 800 ମିଲିୟନରୁ ଅଧିକ ଲୋକ କ୍ଷୁଧାରେ ପୀଡିତ ଥିବା ବେଳେ, ପ୍ରାୟ 670 ମିଲିଅନ ବୟସ୍କ, 5-19 ବର୍ଷ ମଧ୍ୟରେ ଥିବା 120 ମିଲିଅନ ବାଳକ ବାଳିକା ମେଦବହୁଳତାର ଶିକାର ହୋଇଛନ୍ତି । ଏହାସହ 5 ବର୍ଷରୁ କମ ପ୍ରାୟ 40 ମିଲିଅନ ଶିଶୁ ଆବଶ୍ୟକ ଠାରୁ ଅଧିକ ଓଜନର ହୋଇଥିବା ଦେଖାଯାଇଛି ।

ସଭିଙ୍କ ପାଇଁ ସୁସ୍ଥ, ସୁଲଭ ଓ ସୁଷମ ଖାଦ୍ୟ

2030 ସୁଦ୍ଧା ସାରା ବିଶ୍ବକୁ କ୍ଷୁଧା ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି । ତେବେ ଏହା କେବଳ ଯେ ଭୋକିଲାଙ୍କୁ ଆହାର ଯୋଗାଇବା ପାଇଁ ନୁହେଁ, ବଂର ସାରା ପୃଥିବୀକୁ ପୋଷଣ ଯୋଗାଇବା ପାଇଁ ଲକ୍ଷ୍ୟ ରହିଛି ।

ଚଳିତ ବର୍ଷ ଖାଦ୍ୟ ଦିବସର ବାର୍ତ୍ତା ରହିଛି, ସମସ୍ତ କ୍ଷେତ୍ରରେ ସୁଷମ, ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଯାହା ସମସ୍ତଙ୍କ ପାଇଁ ସୁଲଭ ଓ କମ ମୂଲ୍ୟରେ ମିଳିପାରିବ । ଏହା ସହ ବିଶ୍ବ ଖାଦ୍ୟ ଦିବସ ଆମେ କଣ ଖାଉଛୁ ଚିନ୍ତା କରିବା ପାଇଁ ସଭିଙ୍କୁ ଆହ୍ବାନ ଦେଇଛି ।

କାହିଁକି ପାଳନ କରାଯାଏ ବିଶ୍ବ ଖାଦ୍ୟ ଦିବସ
ଏହି ଦିନଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସମଗ୍ର ବିଶ୍ବରେ ଖାଦ୍ୟ ସୁରକ୍ଷାକୁ ଅଧିକ ସୁରକ୍ଷିତ ଓ ଅଗ୍ରଣୀ କରିବା, ମୁଖ୍ୟତଃ ଖାଦ୍ୟ ସଙ୍କଟ ଥିବା ଦିନ ମାନଙ୍କରେ । ଏହାକୁ ସଫଳ ରୂପେ କାର୍ଯ୍ୟକାରୀ କରିବାରେ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନ ( Food And Agriculture Organization ) ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଭାରତରେ କିପରି ପାଳିତ ହୁଏ ଖାଦ୍ୟ ଦିବସ
ଭାରତରେ ମଧ୍ୟ ଖାଦ୍ୟ ଓ କୃଷି ସଂଗଠନର ପ୍ରତିଷ୍ଠା ଦିବସକୁ ସମ୍ମାନ ଦେଇ ଖାଦ୍ୟ ଦିବସ ପାଳନ କରାଯାଏ । 1945 ମସିହାରେ ପ୍ରଥମ କରି ସଂଯୁକ୍ତ ରାଷ୍ଟ୍ର ଏହାକୁ ଆରମ୍ଭ କରିଥିଲା । ଏହାକୁ ଏବେ ‘ଫୁଡ ଇଞ୍ଜିନିୟର୍ସ ଡେ’ ବୋଲି ମଧ୍ୟ କୁହାଯାଉଛି । ଭାରତରେ ଏହି ଦିନଟି କୃଷିର ଗୁରୁତ୍ବକୁ ଦର୍ଶାଇଥାଏ, । ଏହାସହ ଭାରତୀୟଙ୍କ ଦ୍ବାରା ଉତ୍ପାଦିତ ଓ ଗ୍ରହଣ କରାଯାଉଥିବା ଖାଦ୍ୟ ସୁରକ୍ଷିତ ଓ ସୁସ୍ଥ ବୋଲି ସୂଚାଇ ଥାଏ ।

ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ

  • ଶିକ୍ଷା ଓ ସ୍ବାକ୍ଷରତା
  • ଫସଲ ବିବିଧିକରଣ
  • ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟପନ୍ଥା
  • ଏକୀକୃତ ଜଳ ପରିଚାଳନା
  • ଏକୀକୃତ ପୋଷଣ ପରିଚାଳନା
  • ଉନ୍ନତ କିସମ
  • ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ
  • ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା
  • କ୍ଷୁଦ୍ର ଚାଷୀଙ୍କ ଉପରେ ଫୋକସ
  • କୃଷି ଅନୁସନ୍ଧାନ ଜନିତ ଶିକ୍ଷା

ଜନ ସଂଖ୍ୟା ବୃଦ୍ଧି ଓ ଖାଦ୍ୟ ଉତ୍ପାଦନ
ବିଶ୍ବ ଜନସଂଖ୍ୟାରେ ବୃଦ୍ଧି ଅର୍ଥାତ ଖାଦ୍ୟ ଉତ୍ପାଦନରେ 2050 ସୁଦ୍ଧା 70% ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଏହାସହ ଖାଦ୍ୟର ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ବ ଦେବା ଜରୁରୀ । ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନ ( Food And Agriculture Organization ) ପୂର୍ବାନୁମାନ କରିଛି ଯେ ଯଦି 2050 ସୁଦ୍ଧା ବିଶ୍ବର ଜନସଂଖ୍ୟା 9.1 ବିଲିଅନକୁ ବୃଦ୍ଧି ହୁଏ ତେବେ ଖାଦ୍ୟ ଉତ୍ପାଦନ 70 ପ୍ରତିଶତ ବୃଦ୍ଧି ପାଇବା ଦରକାର ।

ଜଣେ ଭାରତୀୟ ପାଇଁ ସୁଷମ ଖାଦ୍ୟ ସାରଣୀ

ସନ୍ତୁଳିତ ଆହାର କ’ଣ ?

କାର୍ବୋହାଇଡ୍ରେଟ୍ସ- କାର୍ବୋହାଇଡ୍ରେଟ୍ସ ହେଉଛି ଆମ ଶରୀରକୁ ଶକ୍ତି ଯୋଗାଇବାର ମୁଖ୍ୟ ଉତ୍ସ । ଭାରତରେ ସମ୍ପୂର୍ଣ୍ଣ ଆହାରର 70-80% ପ୍ରତିଶତ କ୍ୟାଲୋରୀ ଉଦ୍ଭିଦଜାତ ପଦାର୍ଥରୁ ମିଳିଥାଏ । ଯଥା ଶସ୍ୟ, ବାଜରା ଓ ଡାଲି ଜାତୀୟ ଖାଦ୍ୟ ।

ପ୍ରୋଟିନ- ଶରୀରରେ ଉପସ୍ଥିତ କୋଷ ଗୁଡିକର ଗଠନ ପାଇଁ ଆମ କେଶ, ଚମଡା ଓ କୋମଳ ଟିସୁ ଗୁଡିକର ଗଠନ ପାଇଁ ମଧ୍ୟ ପ୍ରୋଟିନ ନିତ୍ୟାନ୍ତ ଆବଶ୍ୟକ ।

ଚର୍ବି- ଚର୍ବି ଆମକୁ ଶକ୍ତି ଯୋଗାଏ । ଭିଟାମିନ ଓ ସିନ୍ଥେସିସ ହରମୋନ ଗୁଡିକୁ ଜମା କରି ରଖେ । ନିତିଦିନିଆ ଖାଦ୍ୟରେ ବ୍ୟବହୃତ ବନସ୍ପତି ତେଲ ଆମ ଖାଦ୍ୟରେ ଚର୍ବି ବା ଫ୍ୟାଟର ଏକ ମୁଖ୍ୟ ଉତ୍ସ ।

ଏହି ତିନୋଟି ଜିନିଷ ଏକ ସନ୍ତୁଳିତ ଆହାର ଥାଳିରେ ରହିବା ନିହାତି ଆବଶ୍ୟକ ।

କ୍ଷୁଧାରୁ ମୃତ୍ୟୁ
ସାର୍ବଜନୀନ ବିତରଣ ପ୍ରଣାଳୀ ବା (Public Distribution System) ଓ ପ୍ରଶାସନିକ ଅବହେଳା, ଅର୍ଥାଭାବ, ଖାଦ୍ୟ ସୁରକ୍ଷା ଓ ଏହାର ସୁରକ୍ଷା ପାଇଁ ଜାତୀୟସ୍ତରରେ କୌଣସି ପଦକ୍ଷେପ ନଥିବା ଯୋଗୁଁ ଏପରି ସଙ୍କଟ ଦେଖାଦେଇଥାଏ ।

ତେବେ ଗୁରୁତ୍ବପୁର୍ଣ୍ଣ କଥା ହେଲା କୋଟି କୋଟି ଲୋକ କ୍ଷୁଧାତୁର ଥିବାବେଳେ, 672 ମିଲିଅନ ଲୋକ ମେଦବହୁଳତାର ଶିକାର ହୋଇଛନ୍ତି ଏବଂ 1.3 ବିଲିଅନ ଲୋକ ଆବଶ୍ୟକତା ଠାରୁ ଅଧିକ ଓଜନର ଶିକାର । ଆମେ ନିଶ୍ଚିତ ଏହାକୁ ପରିବର୍ତ୍ତନ କରିପାରିବା । ଭୋକିଲା ମୁହଁରେ ଆହାର ଦେଇ ଶୁଖିଲା ମୁହଁରେ ନିଶ୍ଚିତ ହସ ଫୁଟାଇ ପାରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.