ETV Bharat / bharat

ଆଜି 15ତମ ଭାରତ-ୟୁରୋପୀୟ ଭର୍ଚୁଆଲ୍ ସମ୍ମିଳନୀ, ଯୋଗଦେବେ ପ୍ରଧାନମନ୍ତ୍ରୀ - 15th India-EU Summit to be held in virtual mode

ଭାରତ-ୟୁରୋପୀୟ ୟୁନିଅନ ସମ୍ମିଳନୀର 15 ତମ ବୈଠକ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ସହଯୋଗ କରିବେ।

ଆଜି 15ତମ ଭାରତ-ଇୟୁ ଭର୍ଚୁଆଲ୍ ସମ୍ମିଳନୀ
ଆଜି 15ତମ ଭାରତ-ଇୟୁ ଭର୍ଚୁଆଲ୍ ସମ୍ମିଳନୀ
author img

By

Published : Jul 15, 2020, 12:32 PM IST

ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ୟୁନିଅନ ସମ୍ମିଳନୀର 15 ତମ ବୈଠକ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍‌ରେ କହିଛନ୍ତି ଯେ ଏହି ସମ୍ମିଳନୀ ୟୁରୋପ ସହିତ ଭାରତର ଆର୍ଥିକ ତଥା ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ।

ଏହି ସମ୍ମିଳନୀରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ରାଜନୈତିକ ଓ ସୁରକ୍ଷା ସମ୍ପର୍କକୁ ନେଇ ଭାରତ-ଇୟୁ ସହଯୋଗର ସମୀକ୍ଷା କରାଯିବ। କୋଭିଡ-19 ମହାମାରୀ ଓ ଉଭୟ ପକ୍ଷ ପାଇଁ ସମସାମୟିକ ବିଶ୍ବସ୍ତରୀୟ ବିଷୟ ସହ ଜଡିତ ବିକାଶ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ଏହି ସମ୍ମିଳନୀ ଭାରତ ସହ ଏହାର ସମ୍ପର୍କକୁ ପ୍ରାଥମିକତା ଦେଉଛି ଓ ସହଭାଗୀତାକୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରେ ରଖିବାକୁ ଚେଷ୍ଟା କରୁଛି।

ୟୁରୋପୀୟ କମିଶନ ଓ ୟୁରୋପୀୟ ପରିଷଦର ନୂତନ ରାଷ୍ଟ୍ରପତି ଗତ ବର୍ଷ ଡିସେମ୍ବରରେ ଦାୟିତ୍ବ ଗ୍ରହଣ କରିଥିଲେ। 2000 ମସିହାରେ ଭାରତ ଓ ୟୁରୋପୀୟ ୟୁନିଅନ୍ ସମ୍ମିଳନୀ ସ୍ତରରେ ଏହି ପ୍ରଣାଳୀକୁ ସଂସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବର୍ଷ ଭାରତ ଓ ୟୁଏଇ ମଧ୍ୟରେ ସମ୍ମିଳନୀ ପ୍ରକ୍ରିୟାର 20 ବର୍ଷ ପୂରଣ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଶେଷ ସମ୍ମିଳନୀ 2017 ରେ ହୋଇଥିଲା ।

ଭାରତ-ଇୟୁ ସମ୍ମିଳନୀ ପୂର୍ବରୁ ଭାରତରେ ୟୁରୋପୀୟ ୟୁନିଅନର ପ୍ରତିନିଧୀ ରାଷ୍ଟ୍ରଦୂତ ଉଗୋ ଆଷ୍ଟୁଟୋ କହିଛନ୍ତି ଯେ, କୋଭିଡ ସମୟରେ ବିଶ୍ବରେ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। 15 ତମ ଇଣ୍ଡୋ-ଇୟୁ ଶିଖର ସମ୍ମିଳନୀ ବିଷୟରେ ଯୋଗ ଦେଇ ୟୁଏଇ ରାଷ୍ଟ୍ରଦୂତ କହିଛନ୍ତି ଯେ ଆର୍ଥିକ ସହଯୋଗ, ଜଳବାୟୁ ପରିବର୍ତ୍ତନଓ କୋଭିଡ ପରବର୍ତ୍ତୀ ପ୍ରତିକ୍ରିୟା ଆଜିର ଆଲୋଚନାର କେନ୍ଦ୍ରବିନ୍ଦୁ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.