ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଅନୁଯାୟୀ କୋରୋନାରେ 64 ଜଣ ଡାକ୍ତରଙ୍କ ସମେତ 155ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ ଦେଶର ବିଭିନ୍ନ ରାଜ୍ୟରୁ ମୃତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବୀମା ଦାବି ଗ୍ରହଣ କରିଛି। ଉତ୍ତରପ୍ରଦେଶରେ ସର୍ବାଧିକ 8 ଜଣ ଡାକ୍ତର ପୀଡିତ ହୋଇଛନ୍ତି । ଏହାପରେ ମହାରାଷ୍ଟ୍ର 6, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ 5 ଜଣ ଲେଖାଏଁ ଅଛନ୍ତି ।
ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ କହିଛନ୍ତି, ‘ରାଜ୍ୟ ଅନୁଯାୟୀ ଡାଟାବେସ୍ କେନ୍ଦ୍ର ପାଖରେ ନଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପ୍ରସ୍ତୁତ ଥିବା ଡାଟାବେସ ଅନୁଯାୟୀ ରିଲିଫ୍ ପ୍ରଦାନ କରାଯିବ’। ପ୍ରାୟ 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବୀମା ପାଇଁ ଦାବି କରିଛି ।
କୋଭିଡ-19 ସହିତ ଲଢୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହା ପୂର୍ବରୁ 50 ଲକ୍ଷ ଟଙ୍କା ବୀମା ଯୋଜନା ଘୋଷଣା କରିଛନ୍ତି। ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପୂର୍ବରୁ ଦେଇଥିବା ରିପୋର୍ଟରେ କହିଛି ଯେ କୋଭିଡ-19 ଯୋଗୁଁ ପ୍ରାୟ 100 ଡାକ୍ତରଙ୍କ ମୃତ୍ୟୁ ଘଟିଛି ।
ଭାରତ କୋଭିଡ-19 ଜରୁରୀକାଳୀନ ପ୍ରତିକ୍ରିୟା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍ ଅଧୀନରେ 15,000 କୋଟି ଟଙ୍କା ଏପ୍ରିଲରେ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟ 9.81 କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ବିନ ମହଜୁତ ରଖିଥିବାବେଳେ 28, 476 ଭେଣ୍ଟିଲେଟର ରହିଥିବା ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ