ETV Bharat / bharat

1.50କୋଟି ଟଙ୍କାର ଅଫିମ ଜବତ, ଚାଲାଣକାରୀ ଫେରାର

ରାଜସ୍ଥାନର ଝାଲୱାଡ ଜିଲ୍ଲାରେ ନିଶାକାରବାର । ଏହି ଅଞ୍ଚଳରୁ 1506 କେଜିର ଡୋଡା ଚୁର୍ଣ୍ଣ (ଅଫିମ) ଜବତ କରିଛି ପୋଲିସ । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ 1 କୋଟି 50 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେଆଇନ ନିଶାଦ୍ରବ୍ୟ କାରବାର,
ବେଆଇନ ନିଶାଦ୍ରବ୍ୟ କାରବାର,
author img

By

Published : Aug 19, 2020, 6:19 AM IST

ଜୟପୁର: ରାଜସ୍ଥାନର ଝାଲୱାଡ ଜିଲ୍ଲାରେ ନିଶାକାରବାର । ପଗରିୟା ଥାନା ଅଞ୍ଚଳରେ ବେଆଇନ ଭାବେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା । ଫଳରେ ଏହି ଅଞ୍ଚଳରୁ 1506 କେଜିର ଡୋଡା ଚୁର୍ଣ୍ଣ (ଅଫିମ) ଜବତ କରିଛି ପୋଲିସ । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ 1 କୋଟି 50 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳେ ଚାଲାଣକାରୀମାନେ ଫେରାର ହୋଇଯାଇଥିଲେ । ତେବେ ଏହି ବେଆଇନ ନିଶାଦ୍ରବ୍ୟ କାରବାରକୁ ନେଇ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦେଖିବା ବେଳକୁ ଗୋପାଳ ସିଂ ସୋନ୍ଧିଆ ରାଜପୁତଙ୍କ ଘରେ ପିକଅପ୍ ପାର୍କିଂ କରାଯାଇଛି । ଯେଉଁଥିରେ 38 ଟି ବ୍ୟାଗ ବେଆଇନ ଡୋଡା ଚୁର୍ଣ୍ଣ ଭର୍ତ୍ତି ପଡିଛି । ଏଥିସହିତ ପୋଲିସ ଘରେ ଖୋଜାଖୋଜି କରି ଆହୁରି 29 ଟି ବ୍ୟାଗରୁ ଅଫିମ ଜବତ କରିଥିଲା । ପୋଲିସର କାର୍ଯ୍ୟକଳାପ ଦେଖି ଗୋପାଳ ସିଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.