ନୂଆଦିଲ୍ଲୀ: ରାଜଧାନୀରେ ଭାରତ କିଷାନ ୟୁନିୟନ ପକ୍ଷରୁ 15ହଜାର ଚାଷୀଙ୍କ ବିକ୍ଷୋଭ । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ । ସେପ୍ଟେମ୍ବର 17 ତାରିଖରୁ ପଶ୍ଚିମ ଉତ୍ତରପ୍ରଦେଶ ସାହରଣପୁରରୁ ଆରମ୍ଭ ହୋଇଥିବାବେଳେ ଆଜି ରାଜଧାନୀରେ ପ୍ରବେଶ କରିଛନ୍ତି ଚାଷୀମାନେ ।
ବକେୟା ଟଙ୍କା, ସଠିକ ଭାବେ ଋଣ, ସ୍ବଚ୍ଛ ଗଙ୍ଗା ଭଳି ବିଭିନ୍ନ ଦାବି ନେଇ ଚାଷୀମାନେ ଦେଇଛନ୍ତି ଏହି ରଣ ହୁଙ୍କାର । ଶୁକ୍ରବାର ଚାଷୀମାନେ ନୋଏଡାରେ ପହଞ୍ଚି ସେଠାରେ ଚାଷ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ଭେଟିଥିଲେ । ଆଜି ନୋଏଡାରୁ ଚାଷୀମାନେ ବାହାରି କିଷାନ ଘାଟରେ ପହଞ୍ଚିଛନ୍ତି ।
ରାଜ୍ୟରେ ପ୍ରଦୂଷିତ ନଦୀକୁ ସ୍ବଚ୍ଛ କରିବା, ଏହାସହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଳାଶୟର ପୁନଃଗଠନ, ଚାଷୀଙ୍କୁ ମାଗଣା ବିଦ୍ୟୁତ,ଔଷଧ ଏବଂ ଶିକ୍ଷା ପ୍ରଦାନ , ସ୍ବାମୀନାଥନ କମିଶନ କାର୍ଯ୍ୟକାରୀ ହେବାସହ କୃଷକ ଯୋଜନା ମାନ ଚାଷୀର ପୂରା ପରିବାର ପାଇଁ ଲାଗୁ କରାଯିବା ଭଳି ଚାଷୀଙ୍କ ଦାବି ରହିଛି ।