ETV Bharat / bharat

ଶ୍ରାବଣରେ କେଦାରନାଥ ଧାମରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା - pilgrims

ବାବା କେଦରାନାଥ ଧାମ ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଅନ୍ୟତମ । ତେବେ କୋରାନା ମହାମାରୀ ମଧ୍ୟରେ ଏହି ଶ୍ରାବଣ ମାସ ପ୍ରଥମ ସୋମବାର (ଜୁଲାଇ6)ରୁ ଧାମରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ପ୍ରାୟ 200ରୁ 250ଜଣ ଭକ୍ତ କେଦାରନାଥ ଧାମରେ ପହଁଚୁଛନ୍ତି ।

ଶ୍ରାବଣମାସରେ କେଦାରନାଥ ଧାମରେ ବଢିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, 1500 ଭକ୍ତ କଲେଣି ବାବାଙ୍କ ଦର୍ଶନ

author img

By

Published : Jul 13, 2020, 12:40 PM IST

Updated : Jul 13, 2020, 1:03 PM IST

ଡେରାଡୁନ: ମହାଦେବଙ୍କ ପ୍ରିୟ ମାସ ହେଲା ଶ୍ରାବଣ ମାସ । ଏଥିଲାଗି ଭକ୍ତମାନେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ବାବା କେଦାରନାଥ ଧାମରେ ବେଶ୍‌ ଭିଡ ଜମିଥାଏ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଧାମରେ ଏତେଟା ଭିଡ ନଥିଲେ ମଧ୍ୟ ଶ୍ରାବଣ ମାସ ପ୍ରଥମ ସୋମବାର ଅର୍ଥାତ ଜୁଲାଇ6ରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ପ୍ରାୟ 200ରୁ 250ଜଣ ଭକ୍ତ କେଦାରନାଥ ଧାମରେ ପହଁଚୁଛନ୍ତି ।

ଶ୍ରାବଣମାସରେ କେଦାରନାଥ ଧାମରେ ବଢିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା, 1500 ଭକ୍ତ କଲେଣି ବାବାଙ୍କ ଦର୍ଶନ

ସୂଚନାଥାଉକି, କେଦାରନାଥ ଧାମର ମୌସୁମୀ ବର୍ଷା ଲାଗି ରହିଛି । ଫଳରେ ତାପମାତ୍ରା ଖସିବାରେ ଲାଗିଛି । ଫଳରେ କୁହିଡିରେ ଆଚ୍ଛାଦିତ ହୋଇ ରହୁଛି କେଦାରନାଥ ଧାମ । କିନ୍ତୁ ଏହି ବର୍ଷା କୁହୁଡିକୁ ଖାତିର ନକରି ବାବା କେଦାରନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଜୁଲାଇ ଆରମ୍ଭରୁ ଏଯାବତ୍‌ ପ୍ରାୟ 1,500 ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ସାରିଲେଣି ।

ଜୁଲାଇ ଆରମ୍ଭରୁ ଉତ୍ତରାଖଣ୍ଡ ସରକାର ରାଜ୍ୟବାସୀଙ୍କ ନିମନ୍ତେ ଚାରିଧାମ ଯାତ୍ରାର ଅନୁମତି ଦେଇଛନ୍ତି । ସେଠାକାର ବାସିନ୍ଦା ଉତ୍ତରାଖଣ୍ଡ ଦେବସ୍ଥାନମ୍‌ର ଓ୍ବେବସାଇଟରେ ରେଜିଷ୍ଟ୍ରେସନ କରି ଚାରିଧାମ ଯାତ୍ରାରେ ଯାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.