ETV Bharat / bharat

ମୁଜାଫରପୁରରେ 15 ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ - Muzaffarpur gangrape news

ବିହାରର ମୁଜାଫରପୁରରେ ଏକ 15 ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

gangrape
ଫାଇଲ ଫଟୋ
author img

By

Published : Dec 12, 2019, 11:22 AM IST

ପାଟନା: ପୁଣି ବିହାର ମୁଜାଫରପୁରରେ ଗଣଦୁଷ୍କର୍ମ । ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାକୁ 10 ଦିନ ବିତିନଥିବା ବେଳେ ବିହାରର ମୁଜାଫରପୁରରେ ଏକ 15 ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ସୋମବାର ନାବାଳିକା ଜଣଙ୍କ ଏକ ଭ୍ୟାନରେ ସ୍କୁଲରୁ ଫେରୁଥିଲେ । ଉକ୍ତ ଭ୍ୟାନରେ 3 ଜଣ ଯୁବକ ମଧ୍ୟ ଯାତ୍ରା କରୁଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ତାଙ୍କ ଘର ପାଖରେ ଗାଡି ରଖିବାକୁ ଡ୍ରାଇଭରଙ୍କୁ କହିଥିଲେ । ମାତ୍ର ଡ୍ରାଇଭର ଜଣଙ୍କ ତାଙ୍କ ଘର ପାଖରେ ଗାଡି ରଖିନଥିଲେ ।

ଏହାପରେ କିଛି ଦୂରରେ 3 ଜଣ ଯୁବକ ନାବାଳିକା ଜଣଙ୍କୁ ଏକ ଘରକୁ ଟାଣି ନେଇ ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଯୁବକମାନେ ନାବାଳିକାଙ୍କ ଏକ ଫଟୋ ଉଠାଇ ତାଙ୍କୁ ଏ ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିଲେ ।

ତେବେ ଏହି ଘଟଣା ପରେ ନାବାଳିକା ଜଣଙ୍କ ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ମୁଜାଫରପୁରରେ ଗଣଦୁଷ୍କର୍ମରେ ଅସଫଳ ହୋଇ ଅଭିଯୁକ୍ତମାନେ ଜଣେ ମହିଳାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ ।

Intro:Body:

 https://www.aninews.in/news/national/general-news/15-year-old-gang-raped-by-three-men-in-bihars-muzaffarpur20191212090829/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.