ହାଇଦ୍ରାବାଦ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ବର୍ତ୍ତମାନ ଦେଶବାସୀଙ୍କ ଚିନ୍ତା ବଢାଇଛି । ପ୍ରାୟ ରାଜ୍ୟର ହଜାର ହଜାର ଲୋକ ଏହି ସମ୍ମିଳନୀରେ ହୋଇଥିଲେ ଏକତ୍ରୀତ । ତେବେ ଏଥିରେ ତେଲଙ୍ଗାନାରେ କିଛି ଲୋକ ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ 15 ଜଣ କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି ।
ଏହାପୂର୍ବରୁ ଏହି ସମ୍ମିଳନୀରେ ସାମିଲ ଥିବା 6 ଜଣଙ୍କର ମୃତ୍ୟୁ ଘଟିସାରିଛି । ଏହି ସମ୍ମିଳନୀରେ ସାମିଲ ହୋଇଥିବା ପ୍ରାୟ 3ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଠାରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଛି । ବର୍ତ୍ତମାନ ସମସ୍ତଙ୍କୁ କ୍ୱାରେଣ୍ଚାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି ।
ବର୍ତ୍ତମାନ ତେଲଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 77ରେ ପହଞ୍ଚିଲାଣି। ଯଦି ଏଥିପ୍ରତି ଜନତା ନିଜେ ଧ୍ୟାନ ନଦେବେ ପ୍ରତିଘଣ୍ଚାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
@ANI