ETV Bharat / bharat

ଶ୍ରୀଲଙ୍କାରୁ ଭାରତ ଆସୁଛନ୍ତି ISIS ଆତଙ୍କୀ, କେରଳରେ ହାଇ ଆଲର୍ଟ

ନୃଶଂସ ଆତଙ୍କବାଦୀ ସଂଗଠନ ଆଇଏସଆଇ ଭାରତ ଉପରେ ବଡଧରଣର ଆକ୍ରମଣ କରିବା ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରୁ ସୂଚନା ଦିଆଯାଇଛି । ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପ ଆଡକୁ ଅଗ୍ରସର ହେଉଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଆଖିଆଗରେ ରଖି କେରଳର ଉପକୂଳରେ ହାଇଆଲର୍ଟ ଜାରି କରିଦିଆଯାଇଛି ।

author img

By

Published : May 26, 2019, 9:20 AM IST

Updated : May 26, 2019, 12:26 PM IST

ଡିଜାଇନ ଫଟୋ

ଥିରୁଅନନ୍ତପୁରମ: ବିଶ୍ବର ଦୁର୍ଦ୍ଦଶ ତଥା ସବୁଠାରୁ ନୃଶଂସ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଭାରତ ଉପରେ ବଡଧରଣର ଆତଙ୍କବାଦୀ ଆକ୍ରମଣ କରିବା ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରୁ ସୂଚନା ଦିଆଯାଇଛି । ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପ ଆଡକୁ ଅଗ୍ରସର ହେଉଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଆଖିଆଗରେ ରଖି କେରଳର ଉପକୂଳରେ ହାଇଆଲର୍ଟ ଜାରି କରିଦିଆଯାଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଉପକୂଳ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଭିତରେ ସନ୍ଦିଗ୍ଧ ବୋଟ୍‌ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଆଲର୍ଟ ବାରମ୍ବାର କରାଯାଇଥାଏ। ମାତ୍ର ସଦ୍ୟ ରିପୋର୍ଟରେ ଆତଙ୍କୀଙ୍କ ସଂଖ୍ୟା ଦିଆଯାଇଛି । ଏହାକୁ ଆଖି ଆଗରେ ରଖି ହାଇଆଲର୍ଟ ଜାରି କରାଯାଇଛି ।

ଉପକୂଳ ପୋଲିସ ବିଭାଗ କହିଛି ଯେ ମେ'ମାସ ୨୩ରୁ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି । ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ୮ଥର କ୍ରମାଗତ ଆକ୍ରମଣ ୨୩୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଏହି ଆକ୍ରମଣ ପରେ ଏନଆଇଏ ଯାଞ୍ଚ କରି ସୂଚନା ପାଇଛି ଯେ ଶ୍ରୀଲଙ୍କା ବିସ୍ଫୋରଣ ଯୋଜନା ପାଇଁ ଆତଙ୍କବାଦୀମାନେ କିଛି ଦିନ କେରଳରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଆତଙ୍କୀ ହମଲା ପାଇଁ ସମୁଦ୍ର ରାସ୍ତା ସବୁଠାରୁ ସରଳ | ମୁମ୍ବାଇ ଆକ୍ରମଣରେ ମଧ୍ୟ ଆତଙ୍କବାଦୀମାନେ ସମୁଦ୍ର ରାସ୍ତା ଦେଇ ସହଜରେ ମୁମ୍ବାଇକୁ ପ୍ରବେଶ କରିଥିଲେ |

Intro:Body:

dfg

Conclusion:
Last Updated : May 26, 2019, 12:26 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.