ETV Bharat / bharat

ଆସାମ ସରକାରଙ୍କ ସୁସ୍ବାଦୁ ବିରିୟାନୀ ଖାଇ 145 ଅସୁସ୍ଥ

author img

By

Published : Feb 4, 2021, 1:52 PM IST

ଆସାମ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 145 ଜଣ ବିରିୟାନୀ ଖାଇ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଅଧିକ ପଢନ୍ତୁ...

145 fell ill after having biryani at Assam govt event; probe ordered
ଆସାମ ସରକାରଙ୍କ ସୁସ୍ବାଦୁ ବିରିୟାନୀ ହେଲା କାଳ, 145 ଅସୁସ୍ଥ

ଦିସପୁର: ଆସାମର କର୍ବି ଅଙ୍ଗଲୋଙ୍ଗ ଜିଲ୍ଲାରେ ସରକାରଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରସ୍ତୁତ ବିରିୟାନୀ ଖାଇ 145 ଜଣ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଯୋଗ ଦେଇଥିଲେ ।

ଗତ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଦିଫୁ ମେଡିକାଲ କଲେଜରେ ଆୟୋଜିତ ହୋଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଯୋଗ ଦେଇଥିଲେ । ତେବେ ସେ ସେହି ବିରିୟାନୀ ଖାଇବା ପରେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଏବେ ସୁସ୍ଥ ଥିବା ଜଣାପଡିଛି ।

ସୋନାୱାଲ ଏହି ମେଡିକାଲ କଲେଜରେ MBBS ପାଠ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ 8000 ଲୋକ ଯୋଗ ଦେଇଥିବା ବେଳେ ସେମାନେ ସେଠାରେ ପ୍ରସ୍ତୁତ ବିରିୟାନୀ ଖାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ 145 ଜଣ ଅସୁସ୍ଥ ହେବା ପରେ ସେମାନଙ୍କୁ ମଙ୍ଗଳବାର ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ 28 ଜଣ ସୁସ୍ଥ ହୋଇଥିବା ବେଳେ 117 ଜଣ ଚିକିତ୍ସିତ ହେଉଛନ୍ତି ବୋଲ ଗୌହାଟିରେ ହୋଇଥିବା ଏକ ପ୍ରେସମିଟରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏହି ବିଷାକ୍ତ ବିରିୟାନୀ ସମ୍ପର୍କରେ ଯାଞ୍ଚ ହେଉଥିବା କର୍ବି ଅଙ୍ଗଲୋଙ୍ଗର ଡେପୁଟି କମିଶନର ଏନଜି ଚନ୍ଦ୍ର ଧ୍ବଜା ସିଘାଂ କହିଛନ୍ତି । ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଛି । କିନ୍ତୁ ଏହା ବିରିୟାନୀ ଖାଇବା ଦ୍ବାରା ଘଟିଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ । ଏହି ବିରିୟାନୀକୁ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକମାନଙ୍କ ବାନ୍ତି ସହିତ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.