ETV Bharat / bharat

ହୋମ କ୍ବାରେଣ୍ଟାଇନରେ 142 ସିଆଇଏସଏଫ ଯବାନ

ଶୁକ୍ରବାର 7 ଜଣ ଯବାନଙ୍କ ରିପୋର୍ଟ ପଜିଟିଭ ଆସିଛି । ଗୁରୁବାର 4 ଜଣ କୋରୋନା ଆକ୍ରାନ୍ତ ଥିଲେ । ଅଧିକ ପଢନ୍ତୁ...

author img

By

Published : Apr 4, 2020, 12:56 AM IST

ହୋମ କ୍ବାରେଣ୍ଟାଇନରେ 142 ସିଆଇଏସଏଫ ଯବାନ
ହୋମ କ୍ବାରେଣ୍ଟାଇନରେ 142 ସିଆଇଏସଏଫ ଯବାନ

ମୁମ୍ବାଇ: ମହାରାଷ୍ଟ୍ରରେ ସିଆଇଏସଏଫ ଯବାନଙ୍କୁ ଘାରିଛି କୋଭିଡ 19 ଡର । ଗତ କିଛି ଦିନ ଧରି ଅନେକ ଯବାନ ଏହି ରୋଗରେ ଆକ୍ରାନ୍ତ ଥିବାର ସନ୍ଦେହ କରାଯାଉଛି । ଫଳରେ 142 ଯବାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି ।

ଏମାନଙ୍କ ମଧ୍ୟରୁ 11 ଜଣ କୋରୋନା ପଜିଟିଭ ଥିବାର ସୂଚନା ଦେଇଛି ସିଆଇଏସଏଫ । ଶୁକ୍ରବାର 7 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଗୁରୁବାର 4 ଜଣ କୋରୋନା ଆକ୍ରାନ୍ତ ଥିଲେ । ଏମାନେ ସମସ୍ତେ ମୁମ୍ବାଇ ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ ।

ଏହି ଘଟଣା ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି । କାରଣ ଯବାନଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାର ସନ୍ଦେହ କରାଯାଉଛି । 142 ଯବାନଙ୍କ ମଧ୍ୟରୁ କିଛି ଯବାନଙ୍କ ସହ କୌଣସି ସେଲିବ୍ରିଟି ଅବା ରାଜନେତା ଯଦି ସମ୍ପର୍କରେ ଆସିଥାନ୍ତି ତେବେ ତାହା ଆହୁରି ସଙ୍କଟର ବିଷୟ ପାଲଟିପାରେ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.