ମୁମ୍ବାଇ: ମାର୍ଚ୍ଚ ଆରମ୍ଭରୁ ଦିଲ୍ଲୀରେ ହୋଇଥିବା ତବଲିଗୀ ଧର୍ମ ସଭା ଏବେ ସାରା ଦେଶ ପାଇଁ ଅଭିଶାପ ପାଲଟିଲାଣି । କୋରୋନା ଭୂତାଣୁ ସାରା ରାଜ୍ୟକୁ ବ୍ୟାପିଲାଣି। ଏଥିରେ ସାମିଲ ଥିବା ପ୍ରାୟ 1400 ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି।
ଏମାନଙ୍କ ମଧ୍ୟରୁ 13ଶହ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଟ୍ରେସ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଯାଉଛି । ଚିହ୍ନଟ ହୋଇଥିବା ଲୋକଙ୍କୁ କ୍ୱାରେଣ୍ଚାଇନରେ ରଖାଯାଇଛି। ସେମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଏନେଇ ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ।
@ANI