ETV Bharat / bharat

କୋଟିଏ ପାଇଁ ଗୋରଖପୁରରେ ନାବାଳକର ଜୀବନ ନେଇଗଲେ ଅପହରଣକାରୀ - kidnapping in Gorakhpur

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କର୍ମଭୂମି ଗୋରଖପୁରରେ ଜଣେ ନାବାଳକ ଛାତ୍ରକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା । ସରକାରଙ୍କୁ ଘେରିଲେ ବିରୋଧି । ଅଧିକ ପଢନ୍ତୁ...

କୋଟିଏ ପାଇଁ ଗୋରଖପୁରରେ ନାବାଳକର ଜୀବନ ନେଇଗଲେ ଅପହରଣକାରୀ

author img

By

Published : Jul 27, 2020, 8:26 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୋଲିସର ବାରମ୍ବାର ଏନକାଉଣ୍ଟର ସତ୍ତ୍ବେ ଅପରାଧ ଉପରେ ଲାଗିପାରୁନାହିଁ ଲଗାମ । ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କର୍ମଭୂମି ଗୋରଖପୁରରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଉଦ୍ଧାର ଅପରେସନ ଜାରି ରଖିଥିବା ଏସଟିଏଫ ନାବାଳକର ମୃତ ଦେହକୁ ଉଦ୍ଧାର କରିଛି । ଅନ୍ୟପକ୍ଷେ ଏବେ ବି ଅଭିଯୁକ୍ତଙ୍କ ଛାନଭିନ ଜାରି ରଖିଛି ପୋଲିସ ।

କୋଟିଏ ପାଇଁ ଗୋରଖପୁରରେ ନାବାଳକର ଜୀବନ ନେଇଗଲେ ଅପହରଣକାରୀ

ସୂଚନା ଅନୁଯାୟୀ ଗୋରଖପୁରର ଜଣେ ପାନ ଦୋକାନୀର 14 ବର୍ଷୀୟ ପୁଅକୁ ଜୁଲାଇ 26ରେ ଅପହରଣ କରାଯାଇଥିଲା । ପୁଅକୁ ପାଇବାକୁ ହେଲେ ଏକ କୋଟି ଟଙ୍କା ଦାବି କରିଥିଲେ ଅପହରଣକାରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ କର୍ମଭୂମିରେ ଅପହରଣର ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା । ଅପହରଣକାରୀଙ୍କୁ ଧରିବା ପାଇଁ ଅନେକ ଟିମର ମଧ୍ୟ ଗଠନ କରାଯିବା ସହ ଏସଟିଏଫଙ୍କୁ ମଧ୍ୟ ଏହି କାର୍ଯ୍ୟରେ ଲଗାଯାଇଥିଲା । ହେଲେ ପୋଲିସ ଓ ଏସଟିଏଫର ଚଢାଉ ମଧ୍ୟରେ ସେପଟେ ଅପହରଣକାରୀ ନାବାଳକର ହତ୍ୟା କରିଦେଇଛନ୍ତି ।

ମୃତଦେହକୁ ଉଦ୍ଧାର କରିଛି ଏସଟିଏଫ । ପୋଲିସର କହିବା ଅନୁଯାୟୀ ରବିବାର ସଂଧ୍ୟା ପ୍ରାୟ 5ଟା ପାଖିପାଖିରେ ନାବାଳକର ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ୟୁପିର ମୁଖିଆ କଣ ଖବର ଦେଖିବା ଛାଡି ଦେଇଛନ୍ତି କି ବୋଲି ଟ୍ବିଟ କରି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ବିଟ
ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ବିଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.