ନୂଆଦିଲ୍ଲୀ: ପୁଣି ଆଉ ଏକ ଦୁଷ୍କର୍ମ, 14 ବର୍ଷର ନାବାଳିକାକୁ 4ଜଣ ଗଣ ଦୁଷ୍କର୍ମ କରିବା ସହ ଅକଥନୀୟ ଅତ୍ୟାଚାର କରିଛନ୍ତି । ବୁଲନ୍ଦସହରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସର କହିବାନୁସାରେ, ପୀଡିତାଙ୍କ ଜଣେ ସମ୍ପର୍କୀୟ ଘଟଣାର ଭିଡିଓ କରିବା ସହ ଏହାକୁ ଭାଇରାଲ କରିଛନ୍ତି ।
ତେବେ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ପୋଲିସ ଆରେଷ୍ଟ କରିଛି । ଉନ୍ନାଓ ପୀଡିତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଏହି ଘଟଣା ସାମ୍ନାକୁ ଆସିବା ଏକ ଲଜ୍ଜାର ବିଷୟ ।