ନୂଆଦିଲ୍ଲୀ: ଉତ୍ତରାଞ୍ଚଳ ରେଲୱେ କ୍ଷେତ୍ରରେ 14ଟି ଟ୍ରେନ ବିଳମ୍ବ । କୁହୁଡି ଯୋଗୁଁ କମ ଦେଖାଯାଉଥିବା କାରଣରୁ ବିଳମ୍ବରେ ଚାଲୁଛି ଏହି ସବୁ ଟ୍ରେନ ।
ଶୀତଦିନ ସରିସରି ଆସୁଥିବାବେଳେ କୁହୁଡି ବଢିବାରେ ଲାଗିଛି । ଏହାସହ ଦିଲ୍ଲୀରେ ବାୟୁର ଗୁଣବତ୍ତା କମି ପ୍ରଦୂଷଣ ବଢୁଥିବାରୁ ପ୍ରାୟ ପ୍ରତିଦିନ ଟ୍ରେନ ଗୁଡିକ ବିଳମ୍ବରେ ଚାଲୁଥିବା ନଜରକୁ ଆସୁଛି ।
ସେହିପରି ଦିନେ ଦିନେ ପରିସ୍ଥିତି ଏପରି ହେଉଛି ଯେ, ବିମାନ ସେବା ମଧ୍ୟ ବାତିଲ କରାଯାଉଥିବା ଦେଖିବାକୁ ମିଳୁଛି ।