ETV Bharat / bharat

ମଝିରାସ୍ତାରେ ଅପେକ୍ଷା କରିଥିଲା ମୃତ୍ୟୁ, ଏକାଠି ଆଖି ବୁଜିଲେ 14 - ପ୍ରତାପଗଡରେ ଭୟଙ୍କର ସଡକ ଦୁର୍ଘଟଣା

ଉତ୍ତରପ୍ରଦେଶ ପ୍ରତାପଗଡରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 6 ଶିଶୁ ସମେତ 14 ଜଣ ପ୍ରାଣ ହରାଇଛନ୍ତି । ଏହି ଛାତିଥରା ଦୁର୍ଘଟଣା ସମସ୍ତଙ୍କୁ ନିର୍ବାକ କରିଦେଇଛି । ଅଧିକ ପଢନ୍ତୁ...

ଅଧାରେ ରହିଲା ଘର ବାହୁଡା, ମଝି ରାସ୍ତାରୁ ଟାଣି ନେଲା ଯମ

author img

By

Published : Nov 20, 2020, 4:24 PM IST

ଲକ୍ଷ୍ନୌ: ବିଭତ୍ସ, ଭୟଙ୍କର, ହୃଦୟବିଦାରକ । ସୂର୍ଯ୍ୟ ଉଦୟ ପୂର୍ବରୁ ଚିରଦିନ ପାଇଁ ଅସ୍ତ ହୋଇଯାଇଛି 6 ନିଷ୍ପାପ ଶିଶୁଙ୍କ ସହ 14 ଅମୂଲ୍ୟ ଜୀବନ । ମଝି ରାସ୍ତାରେ ଯେ ମୃତ୍ୟୁ ଅପେକ୍ଷା କରିବସିଥିଲା କିଏ ବା ଜାଣିଛି । ବାହାଘର ଭୋଜି ଖାଇ ନାଚକୁଦ, ହସଖୁସି ସାରି ଫେରିବା ବେଳେ ଏକାବେଳେ 14 ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ପ୍ରତାପଗଡର ମାଣିକପୁର ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ପୁରା ରାଜ୍ୟକୁ ଦୋହଲାଇ ଦେଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି ।

ମଝିରାସ୍ତାରେ ଅପେକ୍ଷା କରିଥିଲା ମୃତ୍ୟୁ, ଏକାଠି ଆଖି ବୁଜିଲେ 14

ନବାବଗଞ୍ଜ ଅନୁଷ୍ଠିତ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ହସଖୁସିରେ ଫେରୁଥିଲେ ଏମାନେ । ରାତି ବଢିବା ସହ ଗାଡିର ବେଗ ମଧ୍ୟ ବଢୁଥିଲା । ଗାଡ଼ିଟି ପ୍ରୟାଗରାଜ-ଲକ୍ଷ୍ନୌ ଜାତୀୟ ରାଜପଥରେ ଥିବା ବେଳେ ହଠାତ୍ ଡ୍ରାଇଭରଙ୍କ ଆଖି ଲାଗିଗଲା । ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଲା ବୋଲେରୋ । ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଏପଟେ ଆତ୍ମୀୟ ସ୍ବଜନଙ୍କୁ ହରାଇ ସଭିଁଏ ମ୍ରିୟମାଣ । କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.