ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ 1000 ପାର କରିଛି ପଜିଟିଭ ସଂଖ୍ୟା । ତେବେ ସାଙ୍ଗଲିରେ ପ୍ରଶାସନକୁ ମିଳିଛି ସାମାନ୍ୟ ଆଶ୍ବସ୍ତି ।
ଏଠାରେ ସମସ୍ତ କୋରୋନା ଆକ୍ରାନ୍ତଙ୍କ ଅବସ୍ଥାରେ ଅନେକ ସୁଧାର ଆସିଛି । ଗୁରୁବାର ଚିକିତ୍ସିତ ହେଉଥିବା 14 ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଫଳରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସୁଦ୍ଧା ଏଠାରେ ମୋଟ 25 ଜଣ କୋରୋନା ପଜିଟିଭ ବାହାରିଛନ୍ତି ।
ସେହିପରି ବାକି 11 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନେ ମଧ୍ୟ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଲକ୍ଷଣ କମ ଦେଖାଯିବା ସହ ଏମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯାଇଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି ।
ସୌଜନ୍ୟ@ANI