ETV Bharat / bharat

ମାସ୍କ ନପିନ୍ଧି 137 ଗିରଫ - କୋଭିଡ 19

ଆସାମ ଗୌହାଟୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାର ଉଲ୍ଲଙ୍ଘନ କରି ଏଠାରେ 137 ଲୋକ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ମାସ୍କ ନପିନ୍ଧି 137 ଗିରଫ
ମାସ୍କ ନପିନ୍ଧି 137 ଗିରଫ
author img

By

Published : Apr 23, 2020, 11:17 PM IST

ଗୌହାଟୀ: ସରକାରଙ୍କ ନିୟମ ଭାଙ୍ଗିବା ଲୋକଙ୍କ ପୁରୁଣା ଅଭ୍ୟାସ । ଆଉ ଲକଡାଉନବେଳେ ଏହାର ଅଧିକ ଉଦାହରଣ ଦେଖିବାକୁ ମିଳୁଛି । ବିଶେଷ କରି ନିୟମ ଉଲ୍ଲଙ୍ଘନ କରି ଗିରଫ ହେବା ଘଟଣା ଏବେ ଅଧିକ ବଢିବାରେ ଲାଗିଛି ।

ଆସାମ ଗୌହାଟୀରେ ସମାନ ଘଟଣା ଦେଖିବାକୁ ମିଳିଛି । ସମସ୍ତ ରାଜ୍ୟରେ ସରକାର ସର୍ବସାଧାରଣ ଜାଗାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ଏହାର ଉଲ୍ଲଙ୍ଘନ କରି ଏଠାରେ 137 ଲୋକ ଗିରଫ ହୋଇଛନ୍ତି । ଗୌହାଟୀ ପୋଲିସ କମିଶନର ଏମପି ଗୁପ୍ତା ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତିକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଏହାକୁ ଉଲ୍ଲଙ୍ଘନ କରି ଗୁରୁବାର 137 ଲୋକ ମାସ୍କ ନପିନ୍ଧି ବାହାରକୁ ବାହାରିଥିଲେ ।

ତେବେ ମାସ୍କ ନପିନ୍ଧିବାରୁ ଗିରଫ ପ୍ରସଙ୍ଗରେ କମିଶନର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ଧିରେ ଧିରେ ଗମ୍ଭୀର ହେଉଛି । ଏବେ ରାଜ୍ୟରେ କୋରୋନା କେସ ସାମାନ୍ୟ କମିଥିବାବେଳେ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଉଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ଏହା ପିନ୍ଧିବା କଡାକଡି କରାଯାଇଛି । ତେଣୁ ଏଥିରେ ଉଲ୍ଲଙ୍ଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାଇ ଦେଇଛନ୍ତି । ସୂଚନାଯୋଗ୍ୟ ଏବେ ସୁଦ୍ଧା ଆସାମରେ 35 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏଥିରୁ ଜଣଙ୍କର ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.