ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଜାରି ରହିଛି । ତେବେ ଘନକୁହୁଡି ଯୋଗୁଁ ଦୃଶ୍ୟମାନ ସମସ୍ୟା ଲାଗି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ 80ଟି ବିମାନବନ୍ଦରର ଯାତ୍ରାକୁ ବିଳମ୍ବିତ କରାଯାଇଥିବାବେଳେ ବିମାନବନ୍ଦରରେ ପହଞ୍ଚିବାକୁ ଥିବା 50ଟି ବିମାନ ମଧ୍ୟ ବିଳମ୍ବିତ ହେବ ବୋଲି ବିମାନବନ୍ଦର ଅଧିକାରୀ ସୂଚନା ମିଳିଛି ।
ଦିଲ୍ଲୀ ସହର ଓ ଏହାର ନିକଟବର୍ତ୍ତୀ ସ୍ଥାନଗୁଡିକ ଘନ କୁହୁଡି ଚାଦରରେ ଆଚ୍ଛାଦିତ ହୋଇଛି । ଯାହା ଫଳରେ ରାସ୍ତା, ରେଳ ଓ ବିମାନବନ୍ଦରରେ ଟ୍ରାଫିକ ସମସ୍ୟା ଦେଖାଯାଇଛି । ଘନ କୁହୁଡିରେ ସ୍ପଷ୍ଟ ଦେଖାଯାଉନଥିବାରୁ ଦିଲ୍ଲୀ ବିମାନବନ୍ଦର ଅଧିକାରୀ ପୂର୍ବରୁ ଯାତ୍ରୀଙ୍କୁ ବିମାନ ଚଳାଚଳ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଥିଲେ ଏବଂ ଏୟାର ଲାଇନ ସହିତ ଯୋଗଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଦିଲ୍ଲୀ ବିମାନବନ୍ଦରରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା 80ଟି ବିମାନ ଯାତ୍ରା ବିଳମ୍ବିତ ହୋଇଥିବାବେଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାକୁ ଥିବା 50ଟି ବିମାନ ଚଳାଚଳକୁ ସ୍ଥିତି ସୁଧାର ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
@ANI