ETV Bharat / bharat

ବାପାଙ୍କୁ ନ୍ୟାୟ ଦେବାକୁ ମୋଦିଙ୍କୁ ଚିଠି ଲେଖିଲେ 13 ବର୍ଷୀୟ ବାଳକ - father

ସାର୍ଥକ ତ୍ରିପାଠୀ ନାମକ ଏହି 13 ବର୍ଷୀୟ ବାଳକ ନିଜ ବାପାଙ୍କ ଚାକିରି ଫେରାଇବା ସହ ତାଙ୍କୁ ନ୍ୟାୟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ 37ଟି ଚିଠି ଲେଖି ନିବେଦନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 8, 2019, 2:22 PM IST

କାନପୁର: ନିଜ ବାପାଙ୍କୁ ନ୍ୟାୟ ଦେବା ପାଇଁ 13 ବର୍ଷୀୟ ବାଳକର ସଂଘର୍ଷ । କାନପୁରସ୍ଥିତ ସାର୍ଥକ ତ୍ରିପାଠୀ(13) ନିଜ ବାପାଙ୍କ ଚାକିରି ଫେରାଇବା ସହ ତାଙ୍କୁ ନ୍ୟାୟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ 37ଟି ଚିଠି ଲେଖି ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ସାର୍ଥକଙ୍କ ପିତା ସତ୍ୟଜିତ ବିଜୟ ତ୍ରିପାଠୀ ଉତ୍ତରପ୍ରଦେଶରେ ଷ୍ଟକ ଏକ୍ସଚେଞ୍ଜରେ କର୍ମଚାରୀ ଥିଲେ । ଯାହାଙ୍କୁ 2016ରେ ଚାକିରିରୁ ବାହାର କରି ଦିଆଯାଇଥିଲା । ତେଣୁ ନିଜ ବାପାଙ୍କୁ ନ୍ୟାୟ ଦେବା ପାଇଁ ସାର୍ଥକ ଆଜି ପର୍ଯ୍ୟନ୍ତ 37ଟି ଚିଠି ମୋଦିଙ୍କ ପାଖକୁ ଲେଖିସାରିଲେଣି । କିନ୍ତୁ ଏପର୍ଯ୍ୟନ୍ତ ଚିଠିର କୌଣସି ଉତ୍ତର ମିଳିନାହିଁ ।

ତେବେ ଏନେଇ ସାର୍ଥକ କହିଛନ୍ତି,‘ମୁଁ ମୋଦିଜୀଙ୍କୁ ମୋ ବାପାଙ୍କୁ ସହଯୋଗ କରିବା ସହ ତାଙ୍କ ସହ ଯେଉଁମାନେ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ନିବେଦନ କରିଛି । ଏଥିସହ ସେ କହିଛନ୍ତି ମୋ ବାପା ଏବଂ ପରିବାରକୁ ହତ୍ୟା ଧମକ ମଧ୍ୟ ଦିଆଯାଉଛି । ତେଣୁ ଏନେଇ କିଛି ପଦକ୍ଷେପ ନିଅନ୍ତୁ । ଏଥିସହ ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ବହୁତ ଶୁଣିଛି । ଏବେ ଏତିକି ନିବେଦନ ଯେ ସେ ମୋ ଗୁହାରୀ ଶୁଣନ୍ତୁ ।

ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉଦ୍ଧ୍ୱର୍ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ଏହାଦ୍ୱାରା ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଂଚାୟତିରାଜ, ଗୃହ ଓ ନଗରଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ନୂତନ କରି ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସହରାଚଂଳ ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣା ପଡିଛି କି ସହରାଚଂଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୭୯୩ ପ୍ରକଳ୍ପ ହାତକୁ ନିଆଯାଇ ୬୪୨ଟି ସମ୍ପୂର୍ଣ୍ଣ ହୋଇଛି । ବାକି ପ୍ରକଳ୍ପ ଗୁଡିକ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

୨୦୧୩ ମସିହାରେ ପ୍ରସ୍ତୁତ ଓଡିଶା ରାଜ୍ୟ ସହରାଚଂଳ ପାନୀୟ ଜଳ ନୀତି ଅନୁଯାୟୀ ୨୦୨୬ ସୁଦ୍ଧା ଏହା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା କୌଣସି କାରଣରୁ ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ ସରବରାହ ବ୍ୟାହତ ହେଲେ, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୧୫୦ କୋଟ ଟଙ୍କା ବ୍ୟୟ ଅଟକଳରେ ଜେନେରେଟର ବ୍ୟବସ୍ଥା କରାଯିବ ।

ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ପରୀକ୍ଷା କରିବା ନିମନ୍ତେ ପିପିପି ମୋଡରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଛି । ବର୍ତମାନ ବିଭିନ୍ନ ସହରାଚଂଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.