ନୂଆଦିଲ୍ଲୀ: କୋରୋନା କବଜାରେ ବର୍ତ୍ତମାନ ଦେଶକୁ ସୁରକ୍ଷା ଦେଉଥିବା ଯବାନ । ଗତ 24 ଘଣ୍ଟା ମଧ୍ୟରେ ପୁଣି 13 ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଯବାନଙ୍କ ନିକଟରେ କୋରୋନା ପଜିଟିଭ ଥିବା ଜଣାପଡିଛ । ତେବେ ବର୍ତ୍ତମାନ ସୁଦ୍ଧା 48 ଜଣ ସିଆଇଏସଏଫ ଯବାନ କୋରୋନା ପଜିଟିଭ ଥିବା ଚିହ୍ନଟ ହୋଇଛନ୍ତି । ।
ସୂଚନାନୁଯାୟୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ସିଏସଏଫ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏବଂ ଶାସ୍ତ୍ରୀ ସୀମା ବାଲ (ଏସଏସବି) ରେ ସକ୍ରିୟ ମାମଲା ସଂଖ୍ୟା 530 ରୁ ଅଧିକ ରହିଛି ଏବଂ ହଜାର ହଜାର କର୍ମଚାରୀଙ୍କୁ କ୍ବାରେଣ୍ଟାଇନ କରାଯାଇଛି।