ETV Bharat / bharat

କଟକଣାକୁ ବେଖାତିର: ବର ସମେତ 13 ଜଣଙ୍କୁ କୋରୋନା ପଜେଟିଭ - ବର ସମେତ 13 ଜଣଙ୍କୁ କୋରୋନା ପଜେଟିଭ

ରାଜସ୍ଥାନର ଭିଲୱାଡା ସହର ଭଦଡାବାଗରେ ବର ସମେତ ପରିବାରର 13 ଜଣ ବ୍ୟକ୍ତି କୋରୋନା ପଜିଟିଭ ଥିବା ଜଣାପଡିଛି।

wedding ceremony
ବର ସମେତ 13 ଜଣଙ୍କୁ କୋରୋନା ପଜେଟିଭ
author img

By

Published : Jun 23, 2020, 12:38 PM IST

ଜୟପୁର: ମହାମାରୀ କୋରୋନା ସଂକ୍ରମଣର ଚେନକୁ ଭାଙ୍ଗିବାକୁ ସାରା ଦେଶରେ ଜାରି କରାଯାଇଥିଲା ଲକଡାଉନ। ମାତ୍ର ଲକଡାଉନ 5.0ରେ ନିୟମରେ କିଛିଟା କୋହଳ କରାଯାଇ ଦୋକାନ ବଜାର ଓ ବିବାହ ଉତ୍ସବ କରିବାକୁ ଅନୁମତି ଦିଆଯାଇଛି । ତେବେ କଟକଣା କୋହଳ ହେବା ପରେ ରାଜସ୍ଥାନର ଭିଲୱାଡା ସହର ଭଦଡାବାଗରେ ବ୍ୟତିକ୍ରମ ଦେଖାଯାଇଛି । ଯାହାର ପରିଣାମ ସ୍ବରୂପ ବର ସମେତ ପରିବାରର 13 ଜଣ ବ୍ୟକ୍ତି କୋରୋନା ପଜିଟିଭ ଥିବା ଜଣାପଡିଛି।

ଏହି ଖବର ଶୁଣିବା ପରେ ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯଦି ବିବାହ ଉତ୍ସବରେ 50 ରୁ ଅଧିକ ଲୋକ ଏକତ୍ରିତ ହୁଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟରେ ପ୍ରଥମ କରୋନା ପଜିଟିଭ ଭିଲୱାରା ସହରରୁ ପ୍ରଥମେ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 237 ରେ ପହଞ୍ଚିଛି। ତେବେ ଅନଲକ ସମୟରେ 50ରୁ ଊର୍ଦ୍ଧ୍ବ ଲୋକଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ଅନୁମତି ଦିଆଯାଇନାହିଁ । ମାତ୍ର ଦେଖାଯାଉଛି ଅନେକ ସ୍ଥାନରେ ବିବାହ ଉତ୍ସବରେ ପ୍ରାୟ 500 ଲୋକ ଏକାଠି ହେଉଛନ୍ତି । ଯାହା ଭୟଙ୍କର କୋରୋନା ସଂକ୍ରମଣ ବ୍ୟାପିବାର ଭୟ ରହିଛି ।

ଏହି ବିବାହ ସମାରୋହରେ ଗୋଷ୍ଠୀ ସଂକ୍ରମଣ ହେବା ଯୋଗୁଁ ବର ସମେତ ପରିବାରର 13 ସଦସ୍ୟ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହା ପରେ ଜିଲ୍ଲା ପ୍ରଶାସନ ଏବଂ ଚିକିତ୍ସା ବିଭାଗରେ ତୁରନ୍ତ ଜିଲ୍ଲା କଲେକ୍ଟର ରାଜେନ୍ଦ୍ର ଭଟ୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଅଞ୍ଚଳର ବିବାହ ସମାରୋହରେ 50ରୁ ଅଧିକ ଲୋକ ସାମିଲ ହେବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.