ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ଏଥି ମଧ୍ୟରୁ 3 ଜଣଙ୍କ ଜୀବନ ଯାଇଛି । ଏହା ସହ 11 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2301ରେ ପହଞ୍ଚିଥିବାବେଳେ, ମୃତ୍ୟୁ ସଂଖ୍ୟା 56 । ସେହିପରି ଆନ୍ଧ୍ରରେ 161ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ 140 ଜଣ ଦିଲ୍ଲୀର ନିଜାମୁଦ୍ଦିନର ତବଲିଗୀ ଜମାତରେ ସାମିଲ ହୋଇଥିଲେ । ମହାରାଷ୍ଚ୍ରରେ ଗତ 24 ଘଣ୍ଟା ମଧ୍ୟ 56 ଟି ନୂଆ ମାମଲା ସାମ୍ନାକୁ ଆସିଛି ।
@IANS