ଶ୍ରୀନଗର: ଭାରତର ଭୂସ୍ବର୍ଗରେ ମଧ୍ୟ କୋରୋନା ନିଜ କାୟା ବିସ୍ତାର କରିଛି । ଜମ୍ମୁ ଓ କାଶ୍ମୀରରେ କୋରୋନା ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା 125 ଛୁଇଁଛି । ଏଥିମଧ୍ୟରୁ କାଶ୍ମୀରରେ ଅଧିକ ଆକ୍ରାନ୍ତ ରହିଛନ୍ତି ।
ଜମ୍ମୁ ଓ କାଶ୍ମୀରରେ ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କନସଲ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଜମ୍ମୁରେ ନୂଆ 6ଟି ମାମଲା ସାମନାକୁ ଆସିଛି । ସେହିପରି କାଶ୍ମୀରରେ 9ଟି ପଜିଟିଭ ରିପୋର୍ଟ ସ୍ପଷ୍ଟ ହୋଇଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 125 ଛୁଇଁଛି । ଏଥିରୁ 118 ଜଣ ଚିକିତ୍ସିତ ହେଉଛନ୍ତି ଏବଂ ବାକି 7 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ତେବେ 118 ଜଣଙ୍କ ମଧ୍ୟରୁ ଜମ୍ମୁରେ ମାତ୍ର 24 ଜଣ ଥିବାବେଳେ କାଶ୍ମୀରରେ 94 ଆକ୍ରାନ୍ତ ଅଛନ୍ତି । କାଶ୍ମୀର ଏହି ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି । ଏହାସହ ବିଭିନ୍ନ ଅଞ୍ଚଳକୁ ଘୋଷଣା କରାଯାଇଥିବା ରେଡ ଜୋନ ତାଲିକା ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରିନ୍ସିପାଲ ସେକ୍ରେଟାରୀ କହିଛନ୍ତି ।
ସୌଜନ୍ୟ@ANI