ETV Bharat / bharat

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ: 25 ହଜାର ମୁହାଁ ଆକ୍ରାନ୍ତ

author img

By

Published : May 11, 2020, 10:05 PM IST

ମହାରାଷ୍ଟ୍ରରେ ସୋମବାର ନୂଆ 1230ଟି କୋରୋନା ଆକ୍ରାନ୍ତ ମାମଲା ବାହାରିଛି । ଲଗାତାର ସପ୍ତାହେ ହେବ ସବୁଦିନ 1000 ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ: 25 ହଜାର ମୁହାଁ ଆକ୍ରାନ୍ତ
ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ: 25 ହଜାର ମୁହାଁ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ-19 ପରିସ୍ଥିତି ଖୁବ ଗମ୍ଭୀର ହୋଇଛି । 25 ହଜାର ଆଡକୁ ଆଗଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।

ସୋମବାର ନୂଆ 1230ଟି କୋରୋନା ଆକ୍ରାନ୍ତ ମାମଲା ବାହାରିଛି । ଲଗାତାର ସପ୍ତାହେ ହେବ ସବୁଦିନ 1000 ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି 24 ଘଣ୍ଟାରେ 36 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23 ହଜାର 401 ଛୁଇଁଛି । ସେହିପରି ମୃତ୍ୟୁ ସଂଖ୍ୟା 868 ରହିଛି ।

ମୁମ୍ବାଇରେ 15 ହଜାର ପାଖାପାଖି ପହଞ୍ଚିଲାଣି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏଠାରେ କେବଳ 14 ହଜାର 355 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି ଏସିଆର ସବୁଠାରୁ ବଡ ବସ୍ତି ଧାରାବିରେ ସୋମବାର 57ଟି କେସ ବାହାରିଛି । ଏହାସହ ଏଠାରେ ମୋଟ 916 ପଜିଟିଭ ଓ 27 ମୃତ୍ୟୁସଂଖ୍ୟା ରେକର୍ଡ ହୋଇଥିବା ବ୍ରିହଣ ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.